ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ଲାଗି ଜଣେ ମୃତ, ଜଣେ ଆହତ

0
345

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଖଲ୍ଲିକୋଟ ଥାନା ଅନ୍ତର୍ଗତ କନକା ପଞ୍ଚାୟତର ପିତାଗାଡ଼ିଆ ଗ୍ରାମରେ ବାରହା ଶିକାର କରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇ ଥିବା ଜଣାପଡିଛି । ଗାଁ ଶେଷରେ ଥିବା ଜଙ୍ଗଲ ମଧ୍ୟରେ ବାରହା ଶିକାର କରିବା ପାଇଁ  ବିଦ୍ୟୁତ ତାର ବିଛା ଯାଇଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଗ୍ରାମର ମାଗୁଣି ପ୍ରଧାନ ଓ ତାଙ୍କ ପୁତୁରା ରୁନା ପ୍ରଧାନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଘଟଣା ସ୍ଥଳରେ ରୁନା ପ୍ରଧାନ(୨୮)ଙ୍କ ମୃତ୍ୟୁ ଘଟିଥିବା ବେଳେ ମାଗୁଣି ପ୍ରଧାନ(୪୮) ସାମାନ୍ୟ ଆହତ ହୋଇଥିଲେ । ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଏସ୍.ଆଇ ସୁଶାନ୍ତ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ  ପଠାଇବା ସହ ଆହତ ମାଗୁଣି ଙ୍କୁ ଖଲ୍ଲିକୋଟ ମେଡ଼ିକାଲରେ ଚିକିତ୍ସା କରିବା ପରେ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୪୦୯/୨୦୨୦ ଅନୁସାରେ ମକଦ୍ଦମା ରୁଜୁ ହୋଇଥିବା ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here