ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

0
477

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଗାଙ୍ଗପୁର ଥାନା ଅଧିନ ବୋରି ଗ୍ରାମ ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ବୋରି ଗ୍ରାମର ଭଗବାନ ବିଷୋୟୀ। ସୂଚନା ଅନୁସାରେ ସେ ଗତକାଲି ଅପରାହ୍ନ ରେ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିଲେ।ଘର ଲୋକ ଖୋଜା ଖୋଜି କରିବା ପରେ ପୋଖରୀ ତୁଠରେ ସେ ବ୍ୟବହାର କରୁଥିବା ବଂକୁଲି ବାଡ଼ି ଓ ଗାମୁଛା ପଡିଥିବା ଦେଖି ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରି ଅଗ୍ନିଶମ ବାହିନୀ କୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ପୋଖରୀକୁ ଯାଇ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ମୃତଦେହ ଠାବ ନ କରି ପାରି ଫେରି ଯାଇଥିଲେ। ଆଜି ସକାଳୁ ପୋଖରୀ ରେ ମୃତ ଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଗାଙ୍ଗପୁର ପୋଲିସକୁ ଖବର ଦେଇଥିଲେ।ପୋଲିସ ଉପସ୍ଥିତି ରେ ମୃତଦେହକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ପୁଲିସ ମୃତଦେହ କୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here