ଜିଲ୍ଲା ପରିଷଦ ପାଇଁ ରାଈକିଆ ଦୁଇଟି ଜୋନ ପାର୍ଥୀ ପତ୍ର ଦାଖଲ

0
269

ରାଈକିଆ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଉଭୟ ଜିଲ୍ଲା ଏବଂ ରାଜ୍ୟରେ ରାଜନୀତି ଉଷ୍ମତା ବୃଦ୍ଧି ପାଉଥିବାବେଳେ ନାମାଙ୍କନ ପକ୍ରିୟା ଆରମ୍ଭ ହେବାର ଶେଷ ଦିନରେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ରାଇକିଆ ବ୍ଲକ ୧୭ ଏବଂ ୧୮ ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ ପାଇଁ ଆଜି ଉଭୟ ବିଜେପି ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ପୂର୍ବାହ୍ନରେ ପାର୍ଥୀ ନିଜ ସମର୍ଥକ ଦଳୀୟ କର୍ମୀଙ୍କ ସହ କରୋନା କଟକଣା ନିୟମ ପାଳନ ପୂର୍ବକ ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଜିଲ୍ଲା ପରିଷଦ ଆସନ ପାଇଁ ରାଇକିଆ ବ୍ଲକ ଜୋନ ୧୭ ପାଇଁ ବିଜେପି ପକ୍ଷରୁ ସନ୍ତୋଷ କୁମାର ଲେଙ୍କା କଂଗ୍ରେସ ପକ୍ଷରୁ ସତ୍ୟବାନ ପାତ୍ର ୧୮ ନମ୍ବର ଜୋନ ପକ୍ଷରୁ ଆରତୀ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ରିପୋର୍ଟ:ଆଦିତ୍ୟ ପାଢ଼ୀ

LEAVE A REPLY

Please enter your comment!
Please enter your name here