ରାଇକିଆ ଓପେନ ବେଟମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
338

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପଞ୍ଚାୟତ ସମ୍ମୁଖରେ ଥିବା ଖେଳ ପଡିଆରେ ୨ ଦିନ ଧରି ଚାଲିଥିବା ଓପେନ ବେଟମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଅଛି । ପ୍ରଥମ ଦିନ ଜୀବନ ଜ୍ୟୋତି ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ପ୍ରଭାକର ରାଜୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଓପେନ ବେଟମିଣ୍ଟନ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୬ ଗୋଟି ଦଳ ଭାଗ ନେଇଥିଲେ । ପ୍ରତିଯୋଗୀତା ଦୁଇଟି ବର୍ଗରେ ଖେଳା ଯାଇଥିଲା । ଓପେନ ଟୁର୍ଣ୍ଣାମେଣ୍ଟ ବର୍ଗ ଫାଇନାଲରେ ଫୁଲବାଣୀ ଏବଂ ବାଲିଗୁଡା ଉଭୟଙ୍କ ମଧ୍ୟରେ କଡା ମୁକାବିଲା ସତ୍ବେ ଫୁଲବାଣୀ ଦଳ ବିଜୟ ଲାଭ କରିଥିଲା । ସେହିପରି ଭେଟେରାନଙ୍କ ଭିତରେ ଚାଲିଥିବା ପ୍ରତିଯୋଗିତାରେ ରାଇକିଆ ଦଳର ଡାଃ . ସନ୍ତୋଷ ନାୟକ ଏବଂ ଜିତୁ ବାଲିଗୁଡା ଭେଟେରାନ ଦଳକୁ ପରାସ୍ତ କରି ବିଜୟ ଲାଭ କରିଥିଲେ । ଆୟୋଜକ କମିଟି ତରଫରୁ ଡାଃ. ଚିନ୍ମୟ ବେହେରା , ଡାଃ. ସବିର ପ୍ରଧାନ, ପ୍ରଶାନ୍ତ ଦଳେଇ , ବବୁଲୁ ମହାନ୍ତି, ବାପୁ ସାହୁ ଯୋଗଦେଇ ପରିଚାଳାନା କରିଥିଲେ ।

ରିପୋର୍ଟ:ଆଦିତ୍ୟ ପାଢ଼ୀ

LEAVE A REPLY

Please enter your comment!
Please enter your name here