ରାଜ୍ୟରେ ଆଉ ୪୫୬ କରୋନା ଆକ୍ରାନ୍ତ ଚିହ୍ନଟ

0
386

ଭୁବନେଶ୍ୱର:ରାଜ୍ୟରେ ବିସ୍ଫୋରକ ରୂପ ନେଲାଣି କରୋନା ସଂକ୍ରମଣ ।ଆକ୍ରାନ୍ତଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବଢ଼ି ଚାଲିଛି ।ଆଜି ରାଜ୍ୟରେ ପୁଣି ୪୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦୯ ଜଣ ସଂଘରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୧୪୭ ସ୍ଥାନୀୟ ସଂକ୍ରମିତ। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛ।ନୂଆ ୪୫୬ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୧୬୬ ରହିଛନ୍ତି। ସେହିପରି ଯାଜପୁର ୫୭, ବରଗଡ଼ ୩୩, ନବରଙ୍ଗପୁର ୨୪, ଜଗତସିଂହପୁର ୨୩, ଖୋର୍ଦ୍ଧା ୨୧, ସୁନ୍ଦରଗଡ଼ ୨୦, ସମ୍ବଲପୁର ୧୫, ବାଲେଶ୍ୱର ୧୪, କଟକ ୧୩, ରାୟଗଡ଼ା ୧୩, ଭଦ୍ରକ ୧୨, କୋରାପୁଟ ୧୦, ମୟୂରଭଞ୍ଜ ୮, ବଲାଙ୍ଗୀର ୬, କେନ୍ଦ୍ରାପଡ଼ା ୫, ନୟାଗଡ଼ ୪, କନ୍ଧମାଳ ୪,ପୁରୀରୁ ୩ ଜଣ ଲେଖାଏ, କେନ୍ଦୁଝର ୨, ଢେଙ୍କାନାଳ୧,ଗଜପତି ୧ ,କଳାହାଣ୍ଡି ୧ ,ଅନୁଗୋଳର ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here