ଜାତୀୟ ଭୋଟର ଦିବସ ପାଳନ ସକାଶେ ପ୍ରସ୍ତୁତି ବୈଠକ

0
229

ଛତ୍ରପୁର : ଚଳିତ ମାସ ୨୫ ତାରିଖ ଦିନ ଜାତୀୟ ଭୋଟର ଦିବସ ପାଳନ କରାଯିବ । ଚଳିତ ବର୍ଷର ବିଷୟ ବସ୍ତୁ “ନିର୍ବାଚନକୁ ଅନ୍ତର୍ଭୁକ୍ତ, ଉପଲବ୍ଧ ଏବଂ ଅଂଶ ଗ୍ରହଣକାରୀ କରିବା” । ଏହି ଜାତୀୟ ଭୋଟର ଦିବସଟିକୁ ଗଞ୍ଜାମ ଜିଲ୍ଲାରେ କିଭଳି ପାଳନ କରିହେବ, ସେଥିନେଇ ଗୁରୁବାର ଜଦିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସ୍ତରରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ନାଗରିକ ସମାଜ ଗୋଷ୍ଠି, ସ୍ବେଚ୍ଛାସେବୀ ଅନୁଷ୍ଠାନ ଏନ୍.ଏସ୍.ଏସ୍., ଏନ୍.ସି.ସି., ସ୍କାଉଟ୍, ଗାଇଡ୍, ଏନ୍.ଓ୍ବାଇ.କେ.ଏସ୍. ଏବଂ ଗଣ ମାଧ୍ଯମ ବ୍ୟକ୍ତିଙ୍କୁ ସାମିଲ୍ କରି ଏହି ଉତ୍ସବ କୋଭିଡ୍ କଟକଣା ନିୟମକୁ ଅନୁପାଳନ କରି ପାଳନ କରାଯିବ । ଜିଲ୍ଲା ସ୍ତରୀୟ ଏହି ଉତ୍ସବ ଛତ୍ରପୁର ସ୍ଥିତ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ସୀମିତ ବ୍ୟକ୍ତି ବିଶେଷ ଏବଂ ନୂତନ ଭୋଟର ମାନଙ୍କୁ ନେଇ ୨୫ ଜାନୁୟାରୀ ପୂର୍ବାହ୍ନ ଘ.୧୦.୩୦ମି. ସମୟରେ ଅନୁଷ୍ଠିତ ହେବ । ଉକ୍ତ ଦିବସ ଦିନ ସମସ୍ତ ଭୋଟର ମାନଙ୍କ ଦ୍ବାରା ଶପଥପାଠ ହେବ । ଯେଉଁ ମାନଙ୍କର ବୟସ ୧୮ ବର୍ଷ ଏବଂ ସେମାନେ ଭୋଟର ତାଲିକାରେ ନାମ ସଂଯୋଗ କରିସାରିଛନ୍ତି ସେମାନଙ୍କୁ ଭୋଟର ପରିଚୟପତ୍ର ପ୍ରଦାନ କରାଯିବ । ଜିଲ୍ଲା ମହିଳା ଓ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଅଙ୍ଗନଓ୍ବାଡି, ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କ ମଧ୍ୟରେ ଭୋଟର ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ । ଏହି ଉତ୍ସବକୁ ସମସ୍ତଙ୍କ ସହଯୋଗ କ୍ରମେ ପାଳନ ସକାଶେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ୍ ଆଶା ବ୍ୟକ୍ତ କରିଥିଲେ । ଅନୁରୂପ ଭାବେ ଏହି ଉତ୍ସବ ସମସ୍ତ ଉପଖଣ୍ଡରେ ପାଳନ କରିବା ନେଇ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ବୈଠକରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁକାନ୍ତ କୁମାର ମିଶ୍ର, ଡେପୁଟି କଲେକ୍ଟର ନିର୍ବାଚନ ପ୍ରମୋଦ କୁମାର ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ମଲ୍ଲିକ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଏନ୍.ଏସ୍.ଏସ୍., ଏନ୍.ସି.ସି., ଏନ୍.ଓ୍ବାଇ.କେ. ର ସଂପୃକ୍ର ଅଧିକାରୀଗଣ ଉପସ୍ଥିତ ରହି ନିଜନିଜ ମତାମତ ଉପସ୍ଥାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here