ମହାନଗର ମହୋତ୍ସବର ନବମ ସନ୍ଧ୍ୟା ,ଆକୃଷ୍ଟ କଲା ଆଧୁନିକ ଡ୍ୟାନ୍ସ

0
1501

ବ୍ରହ୍ମପୁର – କଳା , ସଂସ୍କୃତି, ଓ ସାହିତ୍ୟ ର ଗନ୍ତାଘର ହେଉଛି ଗଞ୍ଜାମ ଜିଲ୍ଲା। ଏହାକୁ ଜାବୁଡି ଧରିବା ସହ ସଭିଙ୍କୁ ଗୋଟିଏ ଖୀଅରେ ବାନ୍ଧି ରଖିଛି ବ୍ରହ୍ମପୁର ମାଟିର ମହୋତ୍ସବ ମହାନଗର ମହୋତ୍ସବ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାନଗର ମହୋତ୍ସବ ତାର ମଞ୍ଚ ରେ ଅନେକ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସୁଯୋଗ ଦେଇଛି। ଚଳିତ ବର୍ଷ ବ୍ରହ୍ମପୁର ଠାରେ ଆୟୋଜିତ ହୋଇଛି ୧୦ମ ମହାନଗର ମହୋତ୍ସବ। ଗଞ୍ଜାମ ମାଟି ବିଶେଷ କରି ବ୍ରହ୍ମପୁର ସହରର ମାଟିର ମହୋତ୍ସବ ଭାବେ ବେଶ ପରିଚିତ ଏହି ମହୋତ୍ସବ ଆଜି ନବମ ଦିବସରେ ପହଂଚିଛି। ମହୋତ୍ସବ ର ନବମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ହାଇଟେକ ଗ୍ରୁପ ଅଫ କମ୍ପାନୀର ଚେୟାରମ୍ୟାନ ଡ଼. ତିରୁପତି ପାଣିଗ୍ରାହୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଆମ ସଂସ୍କୃତି ଓ ପରମ୍ପରା କୁ ବଞ୍ଚାଇ ରଖିବା ସହ ଲୋକଙ୍କ ମନରଞ୍ଜନ ପାଇଁ ଏଭଳି ମହୋତ୍ସବ ର ଆବଶ୍ୟକତା ରହିଥିବା ମତ ରଖିଥିଲେ। ସେହିପରି ସମ୍ମାନିତ ଭାବେ ମହୋତ୍ସବ କମିଟିର ଆବାହକ ଇ. ଉମା ଶଙ୍କର ପାଣିଗ୍ରାହୀ, ଆଇନଜୀବୀ ପ୍ରତାପ ଚନ୍ଦ୍ର ଦାସ , ଅଭିଜିତ କର , ସମାଜସେବୀ ରବିନ୍ଦ୍ର କୁମାର ସାହୁ,ପ୍ରମୁଖ ଯୋଗ ଦେଇ ବ୍ରହ୍ମପୁର ମାଟିରେ ଲଗାତାର ପ୍ରତିବର୍ଷ ଏଭଳି ମୋହତ୍ସଵ ଆୟୋଜିତ ହୋଇ ଆସୁଥିବାରୁ ଆୟୋଜକ କମିଟି କୁ ସାଧୁବାଦ ଜଣାଇଥିଲେ।

ମହୋତ୍ସବ କମିଟି ସଭାପତି ନାରାୟଣ ମହାଙ୍କୁଡ଼ଙ୍କ ସଭାପତିତ୍ୱ ଓ ସମ୍ପାଦକ ଗୋପାଳ ପଟ୍ଟନାୟକ ଙ୍କ ତତ୍ୱବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସନ୍ଧ୍ୟାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ମଞ୍ଚାସିନ ଥିଲେ। ସର୍ବା ଶେଷରେ ବିଶ୍ୱ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ମହୋତ୍ସବ ସନ୍ଧ୍ୟାର ଏହି ମଞ୍ଚରେ ଜ୍ୟୋତିର୍ବିଦ ଦୀପକ ଦାସ ଙ୍କୁ ଅତିଥି ଗ୍ରହଣରେ ସମ୍ମାନିତ କରାଯାଇଥିଲା।

ମହାନଗର ମହୋତ୍ସବର ମଞ୍ଚରେ କେବଳ କଳା ସଂସ୍କୃତି ନୁହେଁ ବରଂ କବି ଏବଂ କବୟିତ୍ରୀ ମାନେ ମଧ୍ୟ କବିତା ପାଠ କରୁଛନ୍ତି। ଆଜି ମହୋତ୍ସବ ର ନବମ ଦିନରେ ଦେବରାଜ ସାହିତ୍ୟ ସଂସଦ ,ବ୍ରହ୍ମପୁର ତରଫରୁ କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କବିତା ପରିବେଷଣ କରିଥିବା କବି, କବୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମହାନଗର ମହୋତ୍ସବ ର ଉପ ସଭାପତି , ସାହିତ୍ୟିକ, କବି ତଥା ଶିକ୍ଷାବିତ ମିହିର ରଞ୍ଜନ ତ୍ରିପାଠୀ ପରିଚାଳନା କରିଥିଲେ।

ଅନ୍ୟପଟେ ମହାନଗର ମହୋତ୍ସବ ର ସାଂସ୍କୃତିକ ସନ୍ଧ୍ୟାରେ ବ୍ରହ୍ମପୁର ନୁପୁର ଅନୁଷ୍ଠାନ, ୱାଓ ଡ୍ୟାନ୍ସ ଗ୍ରୁପ, ଓଲିଉଡ ରକ୍ ବେଣ୍ଡ ର କଳାକାର ମାନେ ପରିବେଷଣ କରିଥିଲେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ। ଯାହା ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦେଖିବା ପାଇଁ ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାର ଆଖପାଖରୁ ବେଶ ଜନସାଧାରଣଙ୍କ ସମାଗମ ହୋଇଥିଲା।

ସକାଳ ଖବର କାଗଜର ଦକ୍ଷିଣ ଓଡିଶା ମୁଖ୍ୟ ଜଗନ ମହୋନ ମହାପାତ୍ର ଙ୍କ ପ୍ରଚେଷ୍ଟାରୁ ପ୍ରତିଦିନ ଭଳି ଆଜି ବି ସକାଳ ପ୍ରତିଭା ସମ୍ମାନରେ ଲକ୍ଷ୍ୟ ଅନୁଷ୍ଠାନକୁ ପୁରସ୍କୃତ କରାଯାଇଥିଲା।

ନବମ ସନ୍ଧ୍ୟାରେ ମହୋତ୍ସବ କମିଟିର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଦୀପ ସାହୁ ,ସତ୍ୟ ଚେତନ ପରିଡା, ସ୍ୱାଧୀନ ପାତ୍ର , ଅଭିରାମ ପାତ୍ର, ଅନନ୍ତ ପ୍ରଧାନ, ଶଙ୍କର ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଅନ୍ୟପଟେ ମହାନଗର ମହୋତ୍ସବ ର ଆକର୍ଷଣ ପାଲଟିଛି ରାଜ୍ୟ ତଥା ରାଜ୍ୟ ବାହାରର ୧୦୦ ରୁ ଉର୍ଦ୍ଧ ଷ୍ଟଲ। ଯେଉଁଥିଲେ ଘୋରଇ ସାମଗ୍ରୀ ସମେତ ବିଭିନ୍ନ ରକମର ଖାଦ୍ୟ ପଦାର୍ଥ ଓ ଘର ସଜଣା ଉପକରଣ ବିକ୍ରିବଟା ହେଉଛି। ଯାହା ମହୋତ୍ସବ ସନ୍ଧ୍ୟା କୁ ଆହୁରି ଆକର୍ଷଣୀୟ କରୁଛି।

LEAVE A REPLY

Please enter your comment!
Please enter your name here