ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦ ନିର୍ବାଚନ ସକାଶେ ଭୋଟର ତାଲିକା ପ୍ରସ୍ତୁତି ନେଇ ବୈଠକ

0
248

ଛତ୍ରପୁର : ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶନାମା ପ୍ରକାରେ ଜିଲ୍ଲାର ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ପୌରାଞ୍ଚଳ ଗୁଡିକର ନିର୍ବାଚନ ସକାଶେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ନିର୍ବାଚନ ସକାଶେ ବୁଥ୍ ଅନୁସାରେ ଭୋଟର ତାଲିକା ପ୍ରସ୍ତୁତ କରାଯିବ । ଏଥି ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଓସ୍ବାନ୍ ହଲ୍ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନ ସକାଶେ ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦର ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ପୌର ପରିଷଦ ଗୁଡିକର ନିର୍ବାଚନ ଅଧିକାରୀ ଭାବେ ତହସିଲଦାର ଗଣଙ୍କୁ ଦାୟୀତ୍ବ ପ୍ରଦାନ କରାଯାଇଅଛି । ସେମାନଙ୍କର ତତ୍ତ୍ବାବଧାନରେ ବିଧାନ ସଭା ପରିଷଦର ଭୋଟର ତାଲିକା ତଥ୍ୟ ଆଧାରରେ ବୁଥ୍ ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତ କରାଯିବ । ଓ୍ଭାର୍ଡ ଅନୁଯାୟୀ କରାଯାଇଥିବା ସୀମା ନିର୍ଦ୍ଧାରଣକୁ ଦୃଷ୍ଟିରେ ରଖି ଏହି ତାଲିକା ପ୍ରସ୍ତୁତ କରିବା ସକାଶେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ଏହି ଭୋଟର ତାଲିକା ୨୦୨୨ ପ୍ରସ୍ତୁତ ବେଳେ କେଉଁ ଦିଗ ପ୍ରତି ଗୁରୁତ୍ବ ଦେଇ କରିବେ ସେନେଇ ପ୍ରାଞ୍ଜଳଭାବେ ବୁଝାଇ ଦିଆଯାଇଥିଲା । ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦା ନନ୍ଦ ନାୟକ, ଡେପୁଟି କଲେକ୍ଟର ପ୍ରମୋଦ କୁମାର ବେହେରା ପ୍ରମୁଖ ଅଧିକାରୀଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here