ବଡକୋଦଣ୍ଡା ପଂଚାୟତରେ ସରପଞ୍ଚ ପଦବୀ ପାଇଁ ରେଶମା କୁମାରୀ ନାୟକ ଙ୍କ ପ୍ରାର୍ଥୀପତ୍ର ଦାଖଲ

0
378

ଭଞ୍ଜନଗର : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଭଞ୍ଜନଗର ବ୍ଲକର ବଡକୋଦଣ୍ଡା ପଂଚାୟତ ସରପଞ୍ଚ ପଦବୀ ମହିଳା ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ନିଜ ପଂଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ଜଣେ ଉଚ୍ଚ ଶିକ୍ଷିତ ବୋହୁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସରକାର ଙ୍କ କୋଭିଡ ନିୟମ ଅନୁସାରେ ନିଜ ସମର୍ଥକ ଙ୍କ ସହ ଆଜି ବଡ଼କୋଦଣ୍ଡା ପଂଚାୟତରେ ବିଜେପି ପ୍ରାର୍ଥିନୀ ରେଶମା କୁମାରୀ ନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଯୁବ ନେତା ଅଯୋଧ୍ୟାନାଥ ମହାପାତ୍ର, ପ୍ରସ୍ତାବକ, ଅଞ୍ଚଳର ବହୁ ବ୍ୟକ୍ତି ଓ ଯୁବବର୍ଗ ଉପସ୍ଥିତ ଥିଲେ। କଳା ରେ ସ୍ନାତକ ଓ ସି.ଟି କରିଥିବା ଟୋକାଗଣ୍ଡା ଗ୍ରାମର ଏହି ଉଚ୍ଚ ଶିକ୍ଷିତା ବୋହୁ ଙ୍କ ରାଜନୀତିରେ ପଦାର୍ପଣ ବଡକୋଦଣ୍ଡା ପଞ୍ଚାୟତରେ ପରିବର୍ତ୍ତନର ଆହ୍ୱାନ ହେବ ବୋଲି ବହୁ ଯୁବ ଭୋଟର କହିଛନ୍ତି। ପଂଚାୟତର ଜନସାଧାରଣ ଙ୍କ ଉପରେ ତାଙ୍କର ପୂର୍ଣ ବିଶ୍ୱାସ ଅଛି ନିଜର ବହୁମୂଲ୍ୟ ଭୋଟ ଦେଇ ଜନସାଧାରଣ ତାଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବା ସହ ବଡକୋଦଣ୍ଡା ପଞ୍ଚାୟତର ବିକାଶରେ ହାତ କୁ ହାତ ମିଶାଇ କାଯ୍ୟ କରିବେ ବୋଲି ରେଶମା ନିଜ ପ୍ରତିକ୍ରିୟା ରେ କହିଛନ୍ତି

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here