ସ୍ବାଭିମାନ ଦିବସ ପାଳନ

0
270

ଭଞ୍ଜନଗର : ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ସ୍ଥାନୀୟ ପ୍ରେସ କ୍ଳବ ଠାରେ ମଧୁବାବୁଙ୍କ ଜୟନ୍ତୀ ତଥା ସ୍ବାଭିମାନ ଦିବସ ପାଳିତ ହୋଇଯାଇଛି ା ସଭାପତି କୃତିବାସ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମଞ୍ଚାସୀନ ଥିଲେ ଦୁଇ ଉପଦେଷ୍ଟା ଶୂଳପାଣୀ ଶତପଥୀ ଓ ମନୁନନ୍ଦ ପତିଙ୍କ ସମେତ ସଂପାଦକ ସନ୍ତୋଷ ଜେନା,ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ,ସଂଗଠନ ସଂପାଦକ ବିଶ୍ବମ୍ବର ଜେନା,କୋଷାଧ୍ୟକ୍ଷ ତ୍ରିନାଥ ବେହେରା ,ସାଂସ୍କୃତିକ ସଂପାଦକ ଅଶୋକ ସ୍ବାଇଁ ,ଜୋତ୍ସା ଦେବୀ ପ୍ରମୁଖ ା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଦିପ୍ତାଂଶୁ ପ୍ରଭା ଦେବୀ ା ସମ୍ବାଦ ଆମ ଓଡିଶା ତରଫରୁ ଆଗତ ମଧୁବାବୁଙ୍କ ଜୀବନୀ ସମ୍ବଳିତ କ୍ଷୁଦ୍ର ପୁସ୍ତିକା କୁ ସଂପାଦକ ସନ୍ତୋଷ ଜେନା ପାଠ କରିଥିବା ବେଳେ ମଧୁବାବୁ ଙ୍କ ସମ୍ବନ୍ଧରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଜଗଦିଶ ପାଣିଗ୍ରାହୀ,ପଞ୍ଚାନନ ପାଳ,ଶଙ୍କର୍ଷଣ ତ୍ରିପାଠୀ,ଡାକ୍ତର ଗାୟତ୍ରୀ ସାହୁ ,ସୁବାସ ଚନ୍ଦ୍ର ତାରିଣୀ,ଅନୁପମ ବାନାର୍ଜୀ,ଡାକ୍ତର ସିମାଞ୍ଚଳ ପତି,ସୁଦାମ ଦଳବରା,ଗଙ୍ଗାଧର ଦାଶ ପ୍ରମୁଖ ସଦସ୍ୟ ଓ ସଦସ୍ୟା ା କାର୍ଯ୍ୟକ୍ରମରେ ବହୁ ସାଂବାଦିକ ତଥା ବୁଦ୍ଧିଜୀବୀ ଅଂଶ ଗ୍ରହଣ କରି ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ ା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡିଶାର ଖ୍ୟାତନାମା ଲେଖିକା ବିଣାପାଣୀ ମହାନ୍ତୀଙ୍କ ବିୟୋଗ ହେତୁ ନୀରବ ପ୍ରାର୍ଥନା କରାଯାଇଥିଲା ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here