ପ୍ରାର୍ଥୀପତ୍ର ଦାଖଲ : ଦ୍ୱିତୀୟ ଦିନରେ ୨୦ ଜଣ ୱାର୍ଡ ମେମ୍ବର ଆଶାୟୀଙ୍କ ପ୍ରାର୍ଥୀପତ୍ର ଦାଖଲ 

0
312

ଭଞ୍ଜନଗର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ କଂଗ୍ରେସ ପକ୍ଷରୁ ଭଞ୍ଜନଗର ବ୍ଲକ ଓ ବେଲଗୁଣ୍ଠା ବ୍ଲକରୁ ୩ଜଣ ଜିଲ୍ଲା ପରିଷଦ ପଦବୀ ପାଇଁ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ ଦାଖଲ କରିଛନ୍ତି। ବେଲଗୁଣ୍ଠା ବ୍ଲକ ୪୭ ନମ୍ବର ଜୋନ ରୁ ମନ୍ଦାର ଗ୍ରାମର ବାସନ୍ତୀ ପଣ୍ଡା,ଭଞ୍ଜନଗର ବ୍ଲକର ୫୨ ଜୋନରୁ ଉଲଦନ ଗ୍ରାମର ଝରଣା ନାଇକ ଏବଂ  ୫୦ ଜୋନ ରୁ ବୋରିପଦର ଗ୍ରାମର ନମିତା ଗୌଡ଼ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପିସିସି ସଭ୍ୟ ଦେବୀ ପ୍ରସାଦ ବିଷୋୟୀ ଓ ପୂର୍ବତନ ବିଧାୟକ ପାର୍ଥି ବି.ଦଣ୍ଡପାଣି ପାତ୍ର ପ୍ରମୂଖ ଉପସ୍ଥିତ ଥିଲେ। ସେହିପରି ମଙ୍ଗଳବାର ଦ୍ୱିତୀୟ ଦିବସରେ ଜିଲ୍ଲା ପରିଷଦ ପଦବୀ ପାଇଁ ଭଞ୍ଜନଗର ବ୍ଲକର ୫୧ ଜୋନ ରୁ ଭେରେଡା ଗ୍ରାମର ରମେଶ ଚନ୍ଦ୍ର ସାହୁ ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।ଭଞ୍ଜନଗର ବ୍ଲକରେ ସମିତି ସଭ୍ୟ ଓ ସରପଞ୍ଚ ପଦବୀ ପାଇଁ କୌଣସି ପ୍ରାର୍ଥୀପତ୍ର ଦାଖଲ ହୋଇନଥିବା ବେଳେ ବିଭିନ୍ନ ପଂଚାୟତରୁ ୨୦ ଜଣ ୱାର୍ଡ ମେମ୍ବର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଡ଼ିଓ ଅନୀଲ କୁମାର ସେଠୀ କହିଛନ୍ତି

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here