ବିରଞ୍ଚିପୁର ଗ୍ରାମର ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

0
387

ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମର ଧର୍ମପରାୟଣ ବ୍ୟକ୍ତି ବିନାୟକ ବେହେରାଙ୍କ ୮୦ ବର୍ଷ ବୟସରେ ପରଲୋକ ଗମନ ହୋଇଯାଇଛି। ସେ ବିଭିନ୍ନ ଧର୍ମାନୁଷ୍ଠାନ ସହ ଯୋଡିହୋଇଥିଲେ। ଗ୍ରାମର ବିଭିନ୍ନ ଯାନିଯାତ୍ରାରେ ସେ ଆଗଭର ହୋଇ ଦ୍ୱାୟିତ୍ୱ ସୁଚାରୁରୂପେ ପରିଚାଳନା କରି ଜନସାଧରଙ୍କ ପ୍ରିୟଭାଜନ ହୋଇଥିଲେ। ଶେଷ ସମୟରେ ସେ ଅଲେଖ ମହିମା ଧର୍ମପ୍ରତି ଆକୃଷ୍ଟ ହୋଇଥିବା ବେଳେ ମହିମା ଆଶ୍ରମର ସଂରକ୍ଷକ ଭାବେ କାର୍ଯ୍ୟ ସମ୍ପାଦନ କରିଆସୁଥିଲେ। ସ୍ବର୍ଗତ ବିନାୟକ ବେହେରାଙ୍କ ଦୁଇପୁଅ ଓ ଦୁଇ ଝିଅଙ୍କ ମଧ୍ୟରୁ ଦୁଇ ପୁଅ ପୂର୍ଣ୍ଣଚନ୍ଦ୍ର ବେହେରା ଓ ଶ୍ୟାମ ସୁନ୍ଦର ବେହେରା ଶିକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ ସାନ ଭଉଣୀ ଛବିରାଣୀ ବେହେରା ମଧ୍ୟ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ସ୍ୱର୍ଗତ ବିନାୟକ ବେହେରାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here