ବଡ଼ବଜାର ପୋଲିସ ଦ୍ୱାରା ୬କେଜି ଓଜନର ରୂପା ଅଳଙ୍କାର ଜବତ ; ତିନି ଅଭିଯୁକ୍ତ ଗିରଫ

0
906

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ବ୍ରହ୍ମପୁର ସହରର ବଡ଼ବଜାର ପୋଲିସ ଚୋରି ହୋଇଥିବା ପ୍ରାୟ ୬କେଜି ଓଜନର ରୂପା ଅଳଙ୍କାର ଜବତ କରିବା ସହ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି | ଆଜି ବଡ଼ବଜାର ଥାନାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧକ୍ଷ ଶ୍ରୀ ପ୍ରଭାତ ରାଉତରାୟ ଦେଇଥିବା ସୂଚନା ଅନୁଯାୟୀ, ଗତ ମାସ ୩୦ ତାରିଖରେ ଏହି ଦୃବୃତ୍ତମାନେ ବ୍ରହ୍ମପୁର ସହରର ବଡ଼ବଜ଼ାର ଥାନା ଅନ୍ତର୍ଗତ ମାଲାସାନିପେଟା ସାହିର ଶ୍ରୀ ସାଇ ଜୁଏଲେରୀ ଦୋକାନରୁ ମଧ୍ୟ ରାତ୍ରିରେ ତାଲା ଭାଙ୍ଗି ପ୍ରାୟ ୭କେଜି ଓଜନର ରୂପା ଅଳଙ୍କାର ଲୁଟି ନେଇଥିଲେ | ଏହି ଦୋକାନର ମାଲିକ ହେଉଛନ୍ତି ଏମ.ଉମାପତି ଆଚାରୀ | ଗିରଫ ହୋଇଥିବା ତିନି ଅଭିଯୁକ୍ତ ହେଲେ ବଡ଼ବଜାର ଶଙ୍ଖାରୀ ସାହିର ଏସ.ଭରତ କୁମାର ଆଚାରୀ,ଖାଲାସି ସାହିର ଜି.ମୁରଲୀ ଆଚାରୀ(୩୪) ବାପା ଲକ୍ସମନ ରାଓ ଓ ପଠାନ ସାହିର ଶେଖ.ଶାକିର(୨୧) ବାପା ଶେଖ.ବାବୁ |

ଆଜି ବଡ଼ବଜାର ଥାନା ଅଧିକାରୀ ଚୋରି ହୋଇଥିବା ରୂପା ଅଳଙ୍କାର ଭରତ କୁମାର ଆଚାରୀଙ୍କ ଘରୁ ଜବତ କରିଥିଲେ | ସେ ଏହି ରୂପା ଅଳଙ୍କାର ଅନ୍ୟ ଦୁଇ ଅଭିଯୁକ୍ତଙ୍କ ଠାରୁ ପାଇଥିଲେ ବୋଲି କହିଥିଲେ | ଏହି ମାମଲାକୁ ଭିତି କରି ୪୫୭/୩୮୦ ଧାରା ଅନୁସାରେ କେଶ ନଂ ୧୪୦/୩୧/୦୮/୨୦୧୯ ରୁଜୁ କରାଯାଇ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇ ତଦନ୍ତ ଜାରି ରଖାଯାଇଛି | ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧକ୍ଷ ଶ୍ରୀ ରାଉତରାୟଙ୍କ ସହ ଏସଡ଼ିପିଓ ଶ୍ରୀ ବିଷ୍ଣୁ ପତୀ ଏବଂ ବଡ଼ବଜାର ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ଭୂପତି ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here