ଦିନ ଦିପହରେ ହତ୍ୟା,ଶବକୁ ରାସ୍ତାରେ ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ

0
545

ଡାବୁଗାଁ (ଗଗନ ଗନ୍ତାୟତ)ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ତେନ୍ତୁଳୀଖୁଣ୍ଟି ଥାନା ଅନ୍ତର୍ଗତ ନରସିଂ ଗୁଡା ଗ୍ରାମ ରେ ଦିନ ଦିପହରେ ଜଣେ ଯୁବକକୁ ହତ୍ୟା କରାଯାଇଛି lଗତ କାଲି ଦିବା ପ୍ରାୟ ଦୁଇ ଘଣ୍ଟା ସମୟରେ ଥବିର ଜାନି ପିତା -ଘାସି ଜାନି (32 ) ଏକ ସଂପକୀୟଙ୍କ ଦଶାହ କାର୍ଯ୍ୟକ୍ରମ ଥିବାବେଳେ ପଡାଲ ଗୁଡା ଗ୍ରାମ ର କିଛି ଯୁବକ ମଦ୍ୟ ପାନ କରିବାକୁ ଆସିଥିଲେ l ସେହି ସମୟରେ ଥବିର ଜାନି ଙ୍କ ସହିତ ପାଟିତୁଣ୍ଡ କରିଥିଲେ l ଧରି ଥିବା ବେଟ ସହିତ ପ୍ରହାର କରି ଚାଲି ଯାଉଥିବା ବେଳେ ଗ୍ରାମ କିଛି ଯୁବକ କାବୁ କରିଥିଲେ l
ତେନ୍ତୁଳୀଖୁଣ୍ଟି ପୋଲିସ କୁ ଖବର ଦେବା ସହିତ 108 ଆମ୍ବୁଲାସକୁ ଡାକି ଆହତ ଯୁବକକୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଲୟ କୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
ପୋଲିସ 12/2021ରେ ଏକ ହତ୍ୟା ମାମଲା ୠଜୁକରି ତିନି ଜଣକୁ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର ଥିବା କହିଛନ୍ତି lଶବ ବ୍ୟବଛେଦ କରାଯାଇ ଆଜି ନିଜଘର କୁ ନେବା ସମୟରେ ଗ୍ରାମବାସୀ ଓ ପରିବାର ବର୍ଗ ଶବକୁ ରାଜ ରାସ୍ତାରେ ରଖି ଅବରୋଧ କରିଥିଲେ l ଦୋଷୀ ମାନଙ୍କୁ କୋଠର ଦଣ୍ଡ ଦେବା ଓ ମୃତକ ପରିବାର କୁ କ୍ଷତି ପୂରଣ ଦେବାପାଇଁ ଦାବି କରିଥିଲେ l ନବରଙ୍ଗପୁର ଡି ଏସ ପି ଏବଂ ନନ୍ଦାହାଣ୍ଡି ଅତିରିକ୍ତତହସିଲଦାର ଆସି ବୁଝାସୁଝା କରିବା ପରେ ଆନ୍ଦଳନ ରୁ ଅହରି ଥିଲେତାଙ୍କ ପରିବାରକୁ ରେଡକ୍ରସ ତରଫରୁ 10000 ଟଙ୍କା ଦେଇ ଥିଲେ ତହସିଲଦାର, ଏହି ଘଟଣା କୁ ନେଇ ଏ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here