ଆଗକୁ ମଦ କିଣିଲେ ଦେବେ ଆଧାର ନମ୍ବର ଓ ମୋବାଇଲ ନମ୍ୱର

0
1052

ନୂଆଦିଲ୍ଲୀ: ମଦୁଆମାନଙ୍କ ପାଇଁ ବଡ଼ ଖରାପ ଖବର। ଏଣିକି ଯେଉଁମାନେ ମଦ କିଣିବେ ସେମାନେ ନିଜର ପରିଚୟ ପତ୍ର ଆଧାର କାର୍ଡ଼ ଓ ମୋବାଇଲ ନମ୍ୱର ଦୋକାନୀକୁ ଦେବାକୁ ପଡ଼ିବ। ଏଭଳି ଏକ ନିୟମ କେନ୍ଦ୍ର ସରକାର କରିବାକୁ ଯାଉଛନ୍ତି। ଫଳରେ କେଉଁ ମଦୁଆ କେଉଁଠୁ କି ପ୍ରକାରର କେତେ ମଦ କିଣିଛି ତାହା ଆବଶ୍ୟକ ପଡ଼ିଲେ ଜାଣିହେବ। ଆଧାରକାର୍ଡ଼ ସହିତ ମଦ ବୋତଲର ବାରକୋର୍ଡ଼ ଓ ବ୍ୟାଚ ନମ୍ୱର ସଂଯୋଗ କରାଯିବାର ଯୋଜନା ପ୍ରସ୍ତୁତ ହୋଇଛି।
ଖାଲି ମଦ ବୋତଲ ଯୋଗୁଁ ପରିବେଶ ନଷ୍ଟ ହେଉଥିବାର ଅଭିଯୋଗ ବାରମ୍ୱାର ହେବାରୁ ଏଥିରୁ ରକ୍ଷା ପାଇବାକୁ କେନ୍ଦ୍ର ଅବକାରୀ ବିଭାଗ ଏହି ନୂଆ ଯୋଜନା ପ୍ରସ୍ତୁତ କରୁଛି। ଯୋଜନା ଅନୁସାରେ ମଦ ବୋତଲରେ ଥିବା ବାରକୋର୍ଡ଼ ସହିତ ଗ୍ରାହକଙ୍କ ଆଧାର ନମ୍ୱର ସଂଯୋଗ କରାଯିବ। ଫଳରେ ଖାଲି ମଦ ବୋତଲ ଏଣେ ତେଣେ ଫିଙ୍ଗୁଥିବା ଗ୍ରାହକ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସାର୍ବଜନିକ ସ୍ଥାନରେ ମଦ ବୋତଲ ଫିଙ୍ଗୁଥିବା ମଦୁଆଙ୍କଠାରୁ ରକ୍ଷା ପାଇବା ପାଇଁ ମାଙ୍ଗାଲୋରସ୍ଥିତ ରାଷ୍ଟ୍ରୀୟ ସମରକ୍ଷଣ ଓକୋଟାର ଅଧିକାରୀମାନେ ପ୍ରସ୍ତାବିତ ଏହି ଉପାୟକୁ ଉପାସ୍ଥାପିତ କରିଛନ୍ତି। ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏହି ପ୍ରସ୍ତାବକୁ ଅବକାରୀ ବିଭାଗ ସଚିବଙ୍କ ସହିତ ଅବକାରୀ ବିଭାଗର କମିଶନରଙ୍କ ଆଲୋଚନା ପରେ ଏହା ଉପରେ ମତାମତ ପ୍ରସ୍ତୁତ କରିବାକୁ ନିଦ୍ଦେର୍ଶ ଦେଇଛନ୍ତି।
ଯେଉଁ ମଦୁଆମାନେ ମଦ ପିଇ ସାରିବା ପରେ ବୋତଲକୁ ଏଣେତେଣେ ଫିଙ୍ଗୁଥିବେ ଓ ଭଙ୍ଗା ଅବସ୍ଥାରେ ଫିଙ୍ଗୁଥିବେ ସେହି ବୋତଲକୁ ସ୍କାନ କରି ସେମାନଙ୍କୁ ଚିହ୍ନଟ କରାଯିବ। ଚିହ୍ନଟ ପରେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହତ ଜୋରିମାନା ଆଦାୟ କରିବାକୁ ପ୍ରସ୍ତାବ ରହିଛି।
ଏହି ପ୍ରସ୍ତାବ ଅନୁସାରେ ମଦ ଦୋକାନୀ କେତେ ମଦ କାହାକୁ ବିକିଲା ତାର ଏକ ତାଲିକା ପ୍ରତିଦିନ ରଖିବ। ଏହି ତାଲିକାରେ ଗ୍ରାହକର ଆଧାର ନମ୍ୱର କିମ୍ୱା ମୋବାଇଲ ନମ୍ୱର ସାମିଲ କରାଯିବ। ଯାହାଫଳରେ ଏଣେତେଣେ ପଡ଼ିଥିବା ବୋତଲର ବାରକୋଡ଼ ଓ ବ୍ୟାଚ ନମ୍ୱର ସ୍କାନ କରି ଗ୍ରାହକଙ୍କ ଠିକଣା ପାଇ ସେମାନଙ୍କ ବିରୋଧରେ ସହଜରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିହେବ। ଏପରିକି ନୂଆ ମଦ କିଣିବା ପୂର୍ବରୁ ଗ୍ରାହକ ପୁରୁଣା ବୋତଲ ଫେରାଇବାକୁ ପ୍ରସ୍ତାବ ମଧ୍ୟ ରହିଛି

LEAVE A REPLY

Please enter your comment!
Please enter your name here