ଲୱେର ଫୋର୍ମ ଅଫ ଗୋପାଳପୁର କଂଷ୍ଟିଚୁଏନ୍ସି ସଂଘ ଗଠିତ

0
223

ଵ୍ରହ୍ମପୁର: ଗୋପାଳପୁର-ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ତତଡାପୋଲି ସ୍ଥିତ ହୋଟେଲ 8in ପରିସରରେ ଶୁକ୍ରବାର ଦିନ ତା14,11,22ରିଖ ରେ ଯୁବ ଆଇନଜୀବୀ ଅଜିତ ଦାସଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଲୱେର ଫୋର୍ମ ଅଫ ଗୋପାଳପୁର କଂଷ୍ଟିଚୁଏନ୍ସି ନାମରେ ଏକ ସଂଘ ଗଠିତ କରାଗଲା।ଏହି ସଂଘରେ ଓକିଲ ସମାଜର ସୁରକ୍ଷା, ଏକତା ଏବଂ ସମ୍ମନ୍ନୟ ରକ୍ଷା କରିବା ସହିତ ସମାଜର ସୁରକ୍ଷା ଶାନ୍ତି ପ୍ରତିଷ୍ଠା ଓ ନିଶୁଳ୍କ ଆଇନ ସେବା ପ୍ରଦାନ କରାଯିବ।ଏହି ବୈଠକରେ ସଭାପତି ଭାବେ ଯୁବ ଆଇନ ଯିବି ଅଜିତ କୁମାର ଦାସ ଏବଂ ଉପଦେଷ୍ଟା ଭାବେ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଶତପଥୀଙ୍କୁ ମନୋନୀତ କରାଗଲା।ଉକ୍ତ ବୈଠକରେ ଧର୍ମେନ୍ଦ୍ର ରାଉଳ, ରଘୁନାଥ ହୋତା, ଜୀବନାନନ୍ଦ ପଟନାୟକ, ଯୋଗୀ ନାହାକ,ଏମ.ସନ୍ତୋଷ, ପ୍ରକାଶ ସେଠି, ମୃତ୍ୟୁଞ୍ଜୟ ମହାରଣା, ଶିବପ୍ରସାଦ ପାଢ଼ୀଙ୍କ ସହିତ ପ୍ରାୟ ୪୦ ରୁ ଉର୍ଦ୍ଧ ଆଇନଯିବି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here