ସୋସିଆଲ ମିଡିଆର ପ୍ରଭାବ : ଆବର୍ଜନା ସଫା କଲା ମହାନଗର ନିଗମ

0
228

ଵ୍ରହ୍ମପୁର: ୱାର୍ଡ ନମ୍ୱର୍ ୨୪ ର ମୁଖ୍ୟ ରାସ୍ତାରେ କୁଡ଼ କୁଡ଼ ଆବର୍ଜନା ରାସ୍ତାରେ ପଡିଥିବା ନେଇ ବିଭିନ୍ନ ସୋସିଆଲ ମିଡ଼ିଆରେ ପ୍ରଚାର ଓ ପ୍ରସାର ହେବା ଫଳରେ ମହାନଗର ନିଗମର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିଲା । ବିଳମ୍ବରେ ମଧ୍ୟ ମହାନଗର ନିଗମର ସଫେଇ ବିଭାଗୀୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରେ ପଡିଥିବା ଆବର୍ଜନା ସମେତ ଡ୍ରେନ ସଫା କରୁଥିବା ଫଳରେ ନିଳକଣ୍ଠ ନଗରବାସୀ ଆସ୍ବସ୍ତ ପ୍ରକାଶ କରିବା ସହ ନିଗମ କତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ୱାର୍ଡ ନମ୍ବର ୨୪ ସ୍ଥିତ ନିଳକଣ୍ଠ ନଗର ଛକର ମୁଖ୍ୟ ରାସ୍ତାରେ କଡ଼ରେ କୁଡ଼ କୁଡ଼ ମଇଳା ଆବର୍ଜନା ପଡ଼ିଥିବା ବେଳେ ଅନେକ ଦିନ ଧରି ନାଳରେ ଆବର୍ଜନା ଜମା ହୋଇ ରାସ୍ତାରେ ଡ୍ରେନ ପାଣି ଭାସୁଥିବା ଯୋଗୁଁ ଯାତାୟତ ହେଉଥିବା ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ବାରମ୍ଵାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଇନଥିବା ବାସିନ୍ଦା ଅଭିଯୋଗ କରିଥିଲେ। ଏହାକୁ ନେଇ ମହାନଗର ନିଗମ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here