ତାଳବାଡ ଚେକ୍ ଡ୍ଯାମ ନିର୍ମାଣ କାର୍ଯ୍ୟ ବନ୍ଦ ଦାବିରେ ତହସିଲ କାର୍ଯ୍ୟାଳୟ ଦ୍ବାରସ୍ଥ ଚାଷୀ

0
151

ଦିଗପହଣ୍ଡି : ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବି . ତୁରୁବୁଡି ପଞ୍ଚାୟତର ଶତାଧିକ ଚାଷୀ ବୁଧବାର ଦିନ ତାଳବାଡ ଚେକ୍ ଡ୍ଯାମ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଦାବିରେ ତହସିଲ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଥିବା ଜଣାପଡିଛି । ଖବରନୁଯାୟୀ , କେରାଣ୍ଡିମାଳ ପର୍ବତ ଶୀର୍ଷରୁ ଗଡ଼ି ଆସୁଥିବା ମୁଗୁରୁ ମୁହା ନାଳ ପାଣି ବଡଡୁମ୍ବୁଳା ପଞ୍ଚାୟତର ବଡପଲ୍ଲୀ ଗ୍ରାମ ଦେଇ ବୁ . ତୁରୁବୁଡି ପଞ୍ଚାୟତର ଝରିପଦର , ବଡ଼ ଆମ୍ବପୁର , ସାନ ଆମ୍ବପୁର ଏବଂ ପଟିଗୁଡାର ବହୁ ଚାଷୀ ଦୀର୍ଘବର୍ଷ ଧରି ଉକ୍ତ ନାଳ ପାଣି ଉପରେ ନିର୍ଭରଶୀଳ ରହିବା ସହ ନିଜ ଚାଷ ଜମିକୁ ଜଳସେଚିତ କରି ଆସୁଥିଲେ । ଯାହାଫଳରେ ଉକ୍ତ ଗ୍ରାମ ମାନଙ୍କର ୪୦୦ ଏକର ଚାଷଜମିରେ ଜଳ ନିଷ୍କାସିତ ହେବା ସହ ଚାଷୀ ଉପକୃତ ହେଉଥିଲେ । ତେବେ ଗତ କିଛିଦିନ ଧରି କିଛି ଚାଷୀମାନେ ତାଳବାଡ ନିକଟରେ କେନାଲ ଖୋଳି ଚ୍ଯାକ୍ ଡ଼୍ୟାମ ନିର୍ମାଣ କରି ପାଣିକୁ ସ୍ଥଗିତ ରଖି ଅନ୍ୟତ୍ର ଛାଡ଼ିବା ପାଇଁ ଯୋଜନାକୁ ବିରୋଧ କରି ଅନ୍ଯ ଚାଷୀମାନେ ନିର୍ମାଣ କାର୍ଯ୍ୟ ବନ୍ଦ ରଖିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏପରିକି ଉକ୍ତ ନାଳ ପାଣି ପୂର୍ବରୁ ଯେଉଁଭଳି ଭାବେ ସମସ୍ତ ଚାଷଜମିରେ ଜଳସେଚନ ହୋଇ ଆସୁଅଛି ତାହାକୁ ବଳବତ୍ତର କରାଯାଉ ବୋଲି ଦାବି କରିଛନ୍ତି । ଯାହାଫଳରେ ଶତାଧିକ ମହିଳା ଓ ପୁରୁଷ ଚାଷୀମାନେ ଏକତ୍ରିତ ହୋଇ ତାଳବାଡ ଚେକ୍ ଡ୍ଯାମ ନିର୍ମାଣ କାର୍ଯ୍ୟ ବନ୍ଦ ପ୍ରତିବାଦରେ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାରଙ୍କ ଅନୁପସ୍ଥିତିରେ ବରିଷ୍ଠ କିରାଣିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବିପତ୍ର ପ୍ରଦାନ ସମୟରେ ସ୍ଥାନୀୟ ସରପଞ୍ଚ ବି . ଲିଙ୍ଗରାଜ ଦୋରା , ପୂର୍ବତନ ସରପଞ୍ଚ ପ୍ରତିନିଧି କୁରେଶୁ ସେଠୀ , ନାଏବ ସରପଞ୍ଚ ପ୍ରମିଳା ବେହେରା , ନାଏବ ସରପଞ୍ଚ ପ୍ରତିନିଧି ପ୍ରକାଶ ବେହେରା , ଚାଷୀ ତ୍ରିନାଥ ମଲିକ , କାଳୁଚରଣ ମଲିକ , ପୂର୍ଣ୍ଣଚନ୍ଦ୍ର ରେଡ୍ଡୀ ସମେତ ବହୁ ଚାଷୀ ଉପସ୍ଥିତ ରହିଥିଲେ ।

ରିପୋର୍ଟ:କୀରଣ ବେହେରା

LEAVE A REPLY

Please enter your comment!
Please enter your name here