ପାରଳାଖେମୁଣ୍ଡି ରେ ପାରମ୍ପରିକ ରୀତିନୀତି ରେ ଭୋଗୀ ପାଳିତ

0
246

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ପାରମ୍ପରିକ ଭାବେ ଭୋଗୀ ଉତ୍ସବ ପାଳିତ ହୋଇଯାଇଛି । ପାରଳାଖେମୁଣ୍ଡି ସହରରେ ଓଡ଼ିଆ ଏବଂ ତେଲୁଗୁ ସଂପ୍ରଦାୟର ଲୋକମାନେ ବସବାସ କରୁଥିବା ବେଳେ ଏହି ଅଞ୍ଚଳ ରେ ତେଲୁଗୁ ପ୍ରଥା ଅନୁଯାଇ ମକର ସଂକ୍ରନ୍ତି ବା ପଙ୍ଗାଲ ଉତ୍ସବ ପାଳନର ପ୍ରଥମ ପର୍ବ ହେଉଛି ଭୋଗୀ ପାଳନ । ଏହି ଅବସରରେ ଗତକାଲି ରାତ୍ରରେ ପାରଳା ସହରର ବିଭିନ୍ନ ସ୍ଥାନରେ ଶୁଖିଲା କାଠ ଗଣ୍ଡିକୁ ଏକତ୍ରୀତ କରି ଅଗ୍ନି ସଂଯୋଗ କରି ପାରମ୍ପାରିକ ରିତି ଅନୁସାରେ ଭୋଗୀ ପର୍ବକୁ ସାହି ସାହିରେ ପାଳନ କରାଯାଇଛି । ପାରଳା ସହରରେ ତେଲୁଗୁ ଓ ଓଡିଆ ସଂପ୍ରଦାୟର ଲୋକେ ଭାଇଚାରା ଅନୁଯାଇ ଉଭୟେ ଏହି ଭୋଗୀ ପର୍ବକୁ ପାଳନ କରି ଆନନ୍ଦ ନେଉଛନ୍ତି । ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ଏହି ଭୋଗୀ ପର୍ବ ବହୁତ ଧୁମଧାମରେ ପାଳନ କରିଥିଲେ ଓ ସେଠାରେ ସାରା ରାତି ରେ ସହରର ଅନେକ ସ୍ଥାନରେ ବିଭିନ୍ନ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ସାମୁହିକ ଭାବରେ ଖାଇବା ପିଇବା ମଜା ନେଇଥାନ୍ତି। ଚଳିତ ବର୍ଷ ରାଜ୍ୟରେ ଦିନକୁ ଦିନ କୋରନା ମହାମାରୀ ବଢୁଥିବା ବେଳେ ତାହାକୁ ଦୃଷ୍ଟି ରେ ରଖି ପାରଳାଖେମୁଣ୍ଡି ରେ ମଧ୍ୟ ଏହି ଭଗୀ କାର୍ଯ୍ୟକ୍ରମ କୁ ସରକାର ଙ୍କ କୋରନା ନିୟମାବଳୀକୁ ଅନୁସରଣ କରି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବିଭିନ୍ନ ସ୍ଥାନରେ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here