କୋଟାଗାଁ ଠାରେ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ

0
306

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଟାଗାଁ ଠାରେ ବିଜେଡି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଏବଂ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ରାଜ୍ୟସଭା ସାଂସଦ ପ୍ରତିନିଧି ବଦ୍ରିନାରାୟଣ ସିଂ, ନବରଙ୍ଗପୁର ଜିଲ୍ଲା ବିଜେଡି ସମ୍ପାଦକ ମୋହନ ମାଝୀ, କୋଷାଗୁମୁଡା ବ୍ଲକ ସଭାପତି ଗୁପ୍ତ ପଟ୍ଟନାୟକ, ନବରଙ୍ଗପୁର ଜିଲ୍ଲା ଯୁବ ବିଜେଡି ଉପସଭାପତି ସଞ୍ଜୟ କୁମାର ପଟ୍ଟନାୟକ, କୋଷାଗୁମୁଡା ୧ ଯୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନନ୍ଦନ ମାଝୀ , ବିଜୁ ଜନତା ଦଳର ବରିଷ୍ଠ ନେତା ଏବଂ ୫ ହଜାର ରୁ ଉର୍ଦ୍ଧ କର୍ମୀମାନେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ୧୦ ଗୋଟି ପଞ୍ଚାୟତ ପ୍ରାୟ ୨୫୦ ରୁ ଉର୍ଦ୍ଧ ଅନ୍ୟ ଦଳର ନେତା କର୍ମୀ ଆଜିର କାର୍ଯ୍ୟକ୍ରମ ରେ ବିଜେଡି ଦଳରେ ସାମିଲ ହୋଇଥିଲେ । ନୂତନ ଭାବେ ଯୋଗଦାନ କରିଥିବା ସମସ୍ତ କର୍ମୀ ଙ୍କୁ ଫୁଲତୋଡ଼ା ଦେଇ ବିଧାୟକ ସ୍ବାଗତ କରିଥିଲେ ! ମାନ୍ୟବର ଡାବୁଗାଁ ବିଧାୟକ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ମହିଳା ମାନଙ୍କୁ ଶାଢ଼ୀ ବଣ୍ଟନ କରିଥିଲେ । ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଧ୍ୟ ନୂଆଁଖାଇ ଭେଟଘାଟକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ବିଷୟରେ ଆଲୋଚନା ହୋଇଥିଲା ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here