କୋରନା କଟକଣା ଯୋଗୁଁ ଚଳିତବର୍ଷ ଗଣେଶ ପୂଜା ଫିକା ପଡ଼ିଲା

0
354

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଳିତ ବର୍ଷ କରୋନା କଟକଣା ମାନି ଗଣେଶ ପୂଜା ରେ କରାଯାଇଛି । ପ୍ରତିବର୍ଷ ପୁରା ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଞ୍ଚଳରେ ସବୁଠାରୁ ଆଡମ୍ବର ପୂଜା ହୋଇଥାଏ ।କିନ୍ତୁ ବିଗତ ବର୍ଷ କରୋନା ପାଇଁ ଗୋଟିଏ ଛୋଟିଆ ମୂର୍ତ୍ତି କରି ପୂଜା କରାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ କରୋନା ପାଇଁ ଆଡମ୍ବର ପୂଜା ହୋଇପାରିନାହିଁ । ପ୍ରତିବର୍ଷ ର ଏଠାକାର ପୂଜା ପୁରା ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ ହେଉଥିବା ବେଳେ ଦୁଇ ବର୍ଷ ହେଲା ପୂଜା ଫିକା ପଡିଯାଇଛି। ତେଣୁ ନବରଙ୍ଗପୁର ଜିଲ୍ଲା ବାସୀ ତରଫରୁ ଦୁଃଖ ପ୍ରକାଶ କରିବା ସହ ଆଗାମୀ ବର୍ଷ ଯଦି ସରକାରଙ୍କ ତରଫରୁ କଭୀଡ କଟକଣା କୋହଳ ହେଲେ ଆଡମ୍ବର ପୂଜା ହେବ ବୋଲି କୁହାଯାଇଛି । ପୂଜା ମଣ୍ଡପରେ ବିଘ୍ନ ରାଜଙ୍କୁ ଅଧୁଷ୍ଠିତ କରିବା ପାଇଁ ଜିଲ୍ଲା ର ସମସ୍ତ କମିଟି ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ପୂଜା ପାଇଁ ଅନୁମତି ଥିଲେ ମଧ୍ୟ ଭିଡକୁ ପ୍ରଶାସନ ତାରିଫତୁ ମନା ହୋଇଥିବାରୁ ପୂଜା ମଣ୍ଡପ ଏକ ପ୍ରକାର ଜନଶୂନ୍ୟ ମୟ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏଠାକାର ଆକର୍ଷଣୀୟ ଗଜନନ ମୂର୍ଭ ଲୋକଙ୍କୁ ଆକୃଷ୍ଟ କରୁଥିଲା , କିନ୍ତୁ ଚଳିତ ବର୍ଷର ପୂଜା କୋଭିଡ ପାଇଁ ଫିକା ପଡିଥିବା ବେଳେ ବର୍ଷା ମଧ୍ୟ ଏକ ପ୍ରକାର ଦାଉ ସାଜିଛି । ଫଳରେ ଲୋକେ ଭଗବାନ ଙ୍କୁ ଦର୍ଶନ ପାଇଁ ମଧ୍ୟ ଆସିନଥିବାରୁ କୋଭିଡ ଏବଂ ବର୍ଷା ପାଇଁ ପୂଜା ମାହଲ ଏକ ପ୍ରକାର ଫିକା ପଡିଛି । ତେବେ ପିଲାମାନେ ଘରେ ଘରେ ପୂଜା କରିଥିବା ବେଳେ ଛକ ଛକରେ ଛୋଟ ଛୋଟ ପୂଜା ପୁରା ଜିଲ୍ଲା ର ପ୍ରତ୍ୟେକ ବ୍ଲକ୍‌ରେ ହୋଇଛି । ପ୍ରତ୍ୟେକ ବର୍ଷ ନବରଙ୍ଗପୁର ଜିଲ୍ଲା ରେ ୨୦ ଫୁଟ ଉର୍ଦ୍ଧ୍ବ ର ମୃଭି ପୂଜା ପାଉଥିବା ବେଳେ ଚଳିତ ବର୍ଷ ୪ ଫୁଟର ମୂର୍ତ୍ତି କରି ପୂଜାର୍ଚ୍ଚନା କରାଯାଇଛି ।

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here