ୟୁନାଇଟେଡ ନ୍ୟାସନ ଦ୍ୱାରା ପରିଚାଳିତ ଜିପିଏଚଏମ ପକ୍ଷରୁ ଡା. ଭବାନୀ ଶଙ୍କର ଦାଶଙ୍କୁ ଶାନ୍ତିଦୂତ ସମ୍ମାନରେ ସମ୍ମାନୀତ

0
317

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ୟୁନାଇଟେଡ ନ୍ୟାସନ ଦ୍ୱାରା ପରିଚାଳିତ ଗ୍ଲୋବାଲ ପିସ ଫର ହ୍ୟୁମାନ ରାଇଟସ ନାମକ ଏକ ସଂସ୍ଥା ଓଡିଶାର ବରିଷ୍ଠ ସମାଜସେବୀ ଡା. ଭବାନୀ ଶଙ୍କର ଦାଶଙ୍କୁ ଶାନ୍ତି ଦୂତ ସମ୍ମାନ ପ୍ରଦାନ କରାଯାଇଛି । ତେବେ ଡା. ଦାଶ ଜଣେ ଡାକ୍ତର ଭାବରେ ଗ୍ରାମୀଣ ଲୋକମାନଙ୍କୁ ସେବା ଯୋଗାଇବା ସହ ଦିନରାତି ଗରିବ ଲୋକଙ୍କୁ ସାହାର୍ଯ୍ୟ କରିଆସିଛନ୍ତି । ଏହା ସହ ସେ ଅନାଥ ପିଲାମାନଙ୍କର ଉଜ୍ୱଳ ଭବିଷ୍ୟତ ପାଇଁ ଏକ ଅନାଥ ଆଶ୍ରମ ତିଆରି କରି ସେମାନଙ୍କର ବିଭିନ୍ନ ଆବଶ୍ୟକକୁ ପୁରଣ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ଚେଷ୍ଟା କରିଚାଲିଛନ୍ତି । ଡା. ଦାଶଙ୍କର ଏପରି ସମାଜସେବା କାର୍ଯ୍ୟ ପାଇଁ ତାଙ୍କୁ ଜିପିଏଚଏମ ର ସଦସ୍ୟ ଭାବେ ମନୋନୀତ କରାଯାଇଛି । ଜିପିଏଚଏମ ସହ ମିଳିତ ଭବରେ ଏନଏଏସିପି , ୟୁନାଇଟେଡ ନ୍ୟାସନସ , ଇଣ୍ଟରନ୍ୟାସନାଲ ବାର ଆସୋସେସିଏନ, ଅନ ଗ୍ଲୋବାଲ କମ୍ପାକ୍ଟ , ଆକାଡେମିକ ଇମ୍ପାକ୍ଟ , ଆଦି ସଂସ୍ଥା ଗୁଡିକ ମାନବାଧିକାର ନିମନ୍ତେ କାର୍ଯ୍ୟ କରି ଆସୁଛନ୍ତି । ଏହି ସମାରୋହରେ ସମ୍ମାନୀତ ହେବା ପରେ ଡା. ଦାସଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

LEAVE A REPLY

Please enter your comment!
Please enter your name here