ସଂରକ୍ଷଣ ଦାବୀରେ ଅନୁସୂଚିତ ଜନଜାତି ସଂଘର ସ୍ମାରକ ପତ୍ର ପ୍ରଦାନ

0
241

ଭଞ୍ଜନଗର: ଆଗମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଅନୁସୂଚିତ ଜନଜାତି ମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ସଂରକ୍ଷଣରୁ ବଂଚିତ କରାଯାଇଛି। ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଅନୁସୂଚିତ ଜନଜାତି କୁ ସଂରକ୍ଷଣ ଦିଆଯାଇନାହିଁ। ରାଜନୈତିକ ଅଭିସନ୍ଧିରଖି ଜନଜାତି ସମ୍ପ୍ରଦାୟକୁ ବଂଚିତ କରାଯାଇଥିବା ଆଦିବାସୀ ସଂଘ ଅଭିଯୋଗ କରିଛି। ଏ ନେଇ ଭଞ୍ଜନଗର ବିଜେପି ଓ ଅନୁସୂଚିତ ଜନଜାତି ସଂଘ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ଭଞ୍ଜନଗର ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି। ସ୍ଥାନୀୟ ଭେଜିପୁଟ ଶିବ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳ ଙ୍କ କାଯ୍ୟାଳୟରେ ପହଞ୍ଚି ବିଜେପି ଓ ଜନଜାତି ବର୍ଗର ନେତୃବୃନ୍ଦ ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତରେ ସହକାରୀ ଜିଲ୍ଲାପାଳ ବିକାଶ ଚନ୍ଦ୍ର ଭୋଇ ଙ୍କୁ ଏ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ସରକାରୀ ବ୍ୟବସ୍ଥାରେ ଥିବା ଅନୁସୂଚିତ ଜନଜାତି ଙ୍କ ପାଇଁ ସଂରକ୍ଷଣ କୁ ଅଣଦେଖା କରାଯାଇ ମୌଳିକ ଅଧିକାର ରୁ ବଂଚିତ କରାଯାଇଥିବା ସଂଘ ଅଭିଯୋଗ ଆଣିଛି। ତେଣୁ ଏହାର ବିଚାର କରି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଅନୁସୂଚିତ ଜନଜାତି ସଂଘର ପ୍ରଶ୍ନ ମଳିକ, ଶଖାଧର ମଳିକ,ବାବୁଲା ବେହେରା,ତ୍ରିନାଥ ବେହେରା, ଉଦୟ ଜାନୀ,ସବିତା ଜାନୀ,ସଜନୀ କଁହର,ସୁରତ ପ୍ରଧାନ, ସାନିଆ ଦିଗାଲ ଦାବି ଜଣାଇଛନ୍ତି। ଏଥିରେ ବିଜେପି କାଯ୍ୟକାରିଣୀ ସଦସ୍ୟ ପ୍ରଦ୍ୟୁମ୍ନ କୁମାର ନାୟକ,ଯୁବ ନେତା ଅଯୋଧ୍ୟାନାଥ ମହାପାତ୍ର,ସମୀର କୁମାର ନାୟକ, ସନ୍ତୋଷ ପାଳ,ନୀଳ ମାଧବ ପାତ୍ର ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here