ବିବାଦକୁ ଟାଣିଲା ବନ୍ଧୁ ମିଳନ କାର୍ଯ୍ୟକ୍ରମ ? କୋଭିଡ ନିୟମ ଭାଙ୍ଗି ବିବାଦରେ କବିସୂର୍ଯ୍ୟନଗର ବିଧାୟିକା ଲାତିକା ପ୍ରଧାନ

0
224

ବେଗୁନିଆପଡା: ନେତା ଭାଙ୍ଗୁଛନ୍ତି କୋଭିଡ ନିୟମ । ସରକାରଙ୍କ କଟକଣା ବିଧାୟିକାଙ୍କ ବାଟବଣା । କୋଭିଡ କଟକଣାକୁ କଡାକଡି କରି ସରକାର ନିୟମ ଉଲ୍ଲଙ୍ଘନ ପାଇଁ ଜୋରିମାନାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ନେତା ଓ ନେତ୍ରୀମାନେ ଏହି ନିୟମକୁ ଖାତିର କରୁନାହାନ୍ତି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଏସ ଛାଚିନା ଠାରେ ରବିବାର କବିସୂର୍ଯ୍ଯନଗର ବିଧାୟିକା ଲତିକା ପ୍ରଧାନ ହଜାର ହଜାର ଲୋକଙ୍କୁ ନେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଛନ୍ତି । କିନ୍ତୁ କାହା ମୁହଁରେ ମାସ୍କ ନାହିଁ ଏବଂ ସାମାଜିକ ଦୂରତା ମଧ୍ୟ ନାହିଁ । କୋଭିଡ କଟକଣା ବଳବତର ଥିବା ବେଳେ ବିଧାୟିକାଙ୍କ ଏପରି କାର୍ଯ୍ୟକ୍ରମ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିବାର ଏହି ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି । କୋରନାରେ ରାଜ୍ୟରେ ଅନେକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ବିଧାୟିକାଙ୍କ ଏଭଳି ଦାୟିତ୍ୱହୀନ କାର୍ଯ୍ୟକ୍ରମ ଲୋକଙ୍କ ପାଇଁ ଏକ ଅପମାନ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଲୋକ ପ୍ରତିନିଧି ହୋଇଥିବାରୁ ସେ କୋଭିଡ ନିୟମ ମାନି ଅନ୍ୟମାନଙ୍କୁ ପ୍ରେରଣା ଦେବା ବାହାନାରେ କୋରନା ବାଣ୍ଟୁଛନ୍ତି ବିଧାୟିକା । ଯାହାର ଭିଡ଼ିଓକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି । ସାଧାରଣ ଜନତା ନିୟମ ଭାଙ୍ଗିଲେ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବେଳେ ଏଠି ନିୟମ ଖୋଲାଖୋଲି ଉଲ୍ଲଂଘନ କରୁଥିବା ବିଧାୟିକାଙ୍କ ବିରୋଧରେ କେବେ ନିଆଯିବ କାର୍ଯ୍ୟାନୁଷ୍ଠାନ ତାହା ହେବେ ପ୍ରଶ୍ନ ଘେରରେ । ବିଧାୟିକାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ଲାଗି ଦାବି କରିଛନ୍ତି ବିରୋଧୀ ।

LEAVE A REPLY

Please enter your comment!
Please enter your name here