ଇଂରାଜୀ ନବ ବର୍ଷ ବିଶ୍ଵ ବାତାୟନରେ ଏକ ଶୁଭେଚ୍ଛାର ପର୍ବ

0
237

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ଅବସର ପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଇଂରାଜୀ ନବ ବର୍ଷ ଅବସରରେ ସଂଘ ସଭାପତି ସିଏଚ୍. ଶ୍ୟମାମୁର୍ତ୍ତିଙ୍କ ଅଧ୍ୟକ୍ଷତାରେ ମହାନଗର ନିଗମ ପରିସରରେ ଏକ ଶୁଭେଚ୍ଛାର ପର୍ବ ଅନୁଷ୍ଠିତ ହୋଇ ଯାଇଛି । ସମ୍ପାଦକ ସୀମାଞ୍ଚଳ ବେହେରା ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ସଂଘ ସଦସ୍ୟ-ସଦସ୍ୟାମାନେ ଆଲୋଚନାରେ ଅଂଶ ଗ୍ରହଣ କରି ଇଂରାଜୀ ନବ ବର୍ଷ ବିଶ୍ଵ ବାତାୟନରେ ଏକ ଶୁଭେଚ୍ଛାର ପର୍ବ ବୋଲି ଅଭିହିତ କରିଥିଲେ । ସର୍ବଶ୍ରୀ ସୁଧୀର କୁମାର ମହାପାତ୍ର, ନାରାୟଣ ସାମନ୍ତରା, ଦେବେନ୍ଦ୍ର ଘଡେଇ, ମୁକୁନ୍ଦ ମହାପାତ୍ର, ଲକ୍ଷ୍ମୀ ନାରାୟଣ ଦାସ, ବାଳକୃଷ୍ଣ ବେହେରା, ରାମହରି ସାହୁ ପ୍ରମୁଖ ସମ୍ମିଳିତ ଭାବରେ ମହାନଗର ନିଗମର ସମସ୍ତ ଅଫିସର୍ ଓ କର୍ମଚାରୀଙ୍କୁ ଇଂରାଜୀ ନବ ବର୍ଷ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଲୋଭିଡ୍ କଟକଣାକୁ ସମ୍ମାନ ଦେଇ ଆୟୋଜିତ ଏହି ଉତ୍ସବର ପରିସମାପ୍ତି କାଳରେ ସଂଘ ଉପସଭ ନୀଳାମ୍ବର ସକୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here