ଯୁବକକୁ ମରଣାତ୍ମକ ଆକ୍ରମଣ

0
266

ଵ୍ରହ୍ମପୁର: ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମ କାଳୁଆ ମନ୍ଦିର ନିକଟରେ ଯୁବକକୁ ମରଣାତ୍ମକ ଆକ୍ରମଣ । ଆଜି ଦିନ ପ୍ରାୟ 11.30 ସମୟରେ ଜଗଦଳପୁର-କମାପଲ୍ଲୀ ଗ୍ରାମର ଭୁଲୁ ଦାସ ମନ୍ଦିର ନିକଟରେ ଥିବା ସରକାରୀ ମଦ ଦୋକାରୁ ଫେରୁଥିବା ବେଳେ ଜଗଦଳପୁର ବାଉରି ସାହିର ପିଣ୍ଟୁ ଦାସ ଭୁଲୁକୁ ୫୦ ଟଙ୍କା ମାଗିଥିଲା ଭୁଲୁ ଟଙ୍କା ଦେବାକୁ ମନା କରିବାରୁ ନିକଟରେ ଥିବା ଏକ ପଥରରେ ଭୁଲୁର ମୁଣ୍ଡ କୁ ଆଘାତ କରିଥିଲା ପିଣ୍ଟୁ । ଭୁଲୁ ଗୁରୁତର ହୋଇ ଘଟଣାସ୍ଥଳରେ ପଡିଯିବା ପରେ ପିଣ୍ଟୁ ଫେରାର ହୋଇଯାଇଥିଲା । ଖବରପାଇ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତିରଂଜନ ବେହେରା ଘଟଣାସ୍ଥଳରେ ପହଂଚି ଭୁଲୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରି ଘଟଣାର ତଦନ୍ତ କରୁଛି । ସୁଚନା ଯୋଗ୍ୟ ଗତ ୪ ବର୍ଷ ତଳେ ଜଗଦଳପୁର ସରକାରୀ ଦେଶି ମଦ ଦୋକାନ ନିକଟରେ ଘଟିଥିବା ବିଜୟ ଡାକୁଆ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲା ପିଣ୍ଟୁ ଦାସ ।

LEAVE A REPLY

Please enter your comment!
Please enter your name here