ବିଶିଷ୍ଟ ସମାଜସେବୀ ଅବନୀ ଗୟାଙ୍କ ମାଆଙ୍କ ଶ୍ରଦ୍ଧାଞ୍ଜଳି ସଭା

0
320

ଵ୍ରହ୍ମପୁର:ଗତ ତା.21.12.2021ରିଖ ରାତ୍ର ଘ.3.15ମି ସମୟରେ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ତଥା ଆଇନଜୀବୀ ଅବନୀ ଗୟାଙ୍କ ମା’ ଶ୍ରୀମତୀ ଜି. ତାରିଣୀଙ୍କ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଛି l ସେ ଆଜୀବନ ଜଣେ ପରୋପକାରୀ ବ୍ୟକ୍ତି ଥିଲେ। ସେ ତାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଚକ୍ଷୁ ଓ ଶରୀରକୁ ଚିକିତ୍ସା ଶାସ୍ତ୍ର ଗବେଷଣା ପାଇଁ ଦାନ କରିବାକୁ ସ୍ବୀକାରୋକ୍ତି ପ୍ରକାଶ କରିଥିଲେ ଏବଂ ତାଙ୍କ ଦେହାନ୍ତ ପରେ ତାଙ୍କ ଶେଷ ଇଛାକୁ ସମ୍ମାନ ଜଣାଇ ତାଙ୍କ ପରିବାରବର୍ଗ ଓ ଶୁଭେଚ୍ଛୁ ତଥା ମାନବବାଦୀ,ଗଣତନ୍ତ୍ର ପ୍ରେମୀ ଓ ଅନେକ ସମାଜସେବୀଙ୍କ ସହଯୋଗରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲକୁ ତାଙ୍କ ଚକ୍ଷୁ ଓ ଶରୀର ଦାନ କରାଯାଇଛି l ଶ୍ରୀମତୀ ତାରିଣୀ ସାମାଜପ୍ରତି ସମର୍ପଣ ଓ ସେବା ପରାୟଣ ମନୋଭାବକୁ ଅତ୍ୟନ୍ତ ସରଳତାର ସହ ଏକ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରେ କାର୍ଯ୍ୟକାରୀ କରିଥିବାରୁ ସାମ୍ପ୍ରତିକ ସ୍ଥିତିରେ ଏ ପ୍ରକାର ଉଦ୍ୟମ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି । ଏହି ପରିପ୍ରେକ୍ଷୀରେ ତା.1.1.2022ରିଖ ପୂର୍ବାହ୍ନ ଘ.11.00ମି ସମୟରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଉମାନଗର ଚତୁର୍ଥ ଲାଇନ(Extn.)ସ୍ଥିତ ତାଙ୍କ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ମାନବବାଦୀ ହେତୁବାଦୀ ସଂଗଠନର ଗଞ୍ଜାମ ଜିଲ୍ଲା ସମ୍ପାଦକ କେ. ନାନ୍ଦେଷୁ ସେନାପତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ନିରାକାର ନାୟକ ସଂଗ୍ରାମୀ ସଂଗୀତ ଗାନ କରିଥିଲେ l ମାନବବାଦୀ ହେତୁବାଦୀ ସଂଗଠନର ଅନ୍ୟତମ ସଭ୍ୟ କିଶୋର ମିଶ୍ର, ଅବନୀ ଗୟା ଙ୍କ ପତ୍ନୀ ସସ୍ମିତା ବେହେରା, ଗଞ୍ଜାମ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ଅଧିକାରୀ ରବି ନାରାୟଣ ବେହେରା, ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘର ଶ୍ୟାମ ସୁନ୍ଦର ଖାଡେଙ୍ଗା, ଅବସରପ୍ରାପ୍ତ ଶିକ୍ଷକ ବିଜୟ ଚନ୍ଦ୍ର ବିଷୋୟୀ, ପୂଜ୍ୟପୂଜା ସମିତିର ସଭାପତି ବଂଶୀଧର ଭୂୟାଁ, କ୍ରାନ୍ତିକାରୀ କୃଷକ ସଭାର ଶଙ୍କର ସାହୁ, ଏସ ୟୁ ସି ଆଇ ( କମ୍ୟୁନିଷ୍ଟ )ର ଜିଲ୍ଲା ସମ୍ପାଦକ ସୋମନାଥ ବେହେରା, ମାନବ ଅଧିକାର ସୁରକ୍ଷା ମଞ୍ଚ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସ୍ବେଛାସେବୀ ରାଜେନ୍ଦ୍ର ପଣ୍ଡା,ମହାନ ସଙ୍ଘ ସଭାପତି ସୁଶାନ୍ତ ସାବତ ପ୍ରମୁଖ ବକ୍ତାଗଣ ଆଜି ସମାଜରେ ମୃତ୍ୟୁ ପରେ ଅଙ୍ଗ ଏବଂ ଦେହ ଦାନର ସାମାଜିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ l ଏତଦ ବ୍ୟତୀତ ସମସ୍ତ ଶରୀର ଦାନକାରୀଙ୍କ ଫୋଟୋ ଏମ କେ ସି ଜି ମେଡିକାଲ କଲେଜ ଅନାଟୋମୀ ବିଭାଗରେ ରଖାଯିବା,ବହୁ ଶବ ଗଛିତ କରି ରଖିବାର ବ୍ୟବସ୍ଥା କରାଯିବା,ଅଙ୍ଗଦାନ ଏବଂ ଶରୀର ଦାନ ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ପଥପ୍ରାନ୍ତ ନାଟକ ଆଦି ବହୁବିଧ କାର୍ଯ୍ୟକ୍ରମ କରିବା ଆଦି ଦାବିଗୁଡିକ ଉପରେ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯିବା ବିଷୟରେ ଆଲୋଚନା ହୋଇଥିଲା l ସଭାରେ ସାମାଜିକ କାର୍ଯ୍ୟକ୍ରମ,ଚକ୍ଷୁ ଦାନ,ଶରୀର ଦାନ କ୍ଷେତ୍ରରେ ଅଗ୍ରଣୀ ଭୁମିକ ଗ୍ରହଣ କରିଥିବା ବିଶିଷ୍ଟ ସାମାଜିକ କର୍ମୀ ଇ ଟି ରାଓ ଏବଂ ପି.ପାର୍ବତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here