ଏନ.ଏସ.ଏସ.ର ସ୍ୱତନ୍ତ୍ର ଶୀତକାଳୀନ ଶିବିର ଉଦଯାପିତ

0
251

ବୁଗୁଡା :ବୁଗୁଡା ପିପୁଲସ କଲେଜ ଜାତୀୟ ସେବା ଯୋଜନା ( ଏନଏସଏସ ) ୟୁନିଟ-୨ ପକ୍ଷରୁ ସାତଦିନ ଧରି ଚାଲିଥିବା ସ୍ୱତନ୍ତ୍ର ଶୀତକାଳୀନ ଶିବିର ଉଦଯାପିତ ହୋଇଯାଇଛି। ୧୯୬୯ ମସିହାରେ କେନ୍ଦ୍ର ସରକାରଙ୍କ ଯୁବ ଓ କ୍ରୀଡା ବ୍ୟାପାର ବିଭାଗ ପକ୍ଷରୁ ଏହି ଜାତୀୟ ସେବା ଯୋଜନା ଗଠନ ହୋଇଥିଲା। ଉଦ୍ଦେଶ୍ୟ ହେଲା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ +୨ , +୩ ଓ ବିଶ୍ୱବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ ମାନେ ସାତ ଦିନିଆ ଜାତୀୟ ସେବା ଶିବିର ମାଧ୍ୟମରେ ଗୋଷ୍ଠୀର ସେବା କରିବେ। ସେହି ପ୍ରରିପେକ୍ଷିରେ ଏନଏସଏସ ୟୁନିଟ-୨ ର କାର୍ଯ୍ୟକାରୀ ଅଧିକାରୀ ଅଧ୍ୟାପକ ରବିନ୍ଦ୍ର ନାଥ ପୋଲାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ବତନ୍ତ ଶୀତ କାଳୀନ ଶିବିର ଅନୁଷ୍ଠିତ ହୋଇ ବିଭିନ୍ନ ଅଞ୍ଚଳରେ ଗୋଷ୍ଠୀ ସେବା କରିଥିବା ବେଳେ ତାହା ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ କଲେଜର ପ୍ରିନ୍ସପାଲ ପ୍ରଫେସର ରଜନୀକାନ୍ତ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଅତିଥିଭାବେ ଅଧ୍ୟାପକ ଅଜୟ କୁମାର ସାହୁ ଓ ଅଧ୍ୟାପକ ବିନୋଦ କୁମାର କର ଯୋଗଦେଇଥିଲେ। ଶିବିରାର୍ଥୀ ବୃନ୍ଦ ଉଦଯାପନୀ ଦିବସରେ ସେମାନଙ୍କ ସାତ ଦିନର ଅନୁଭୂତି ପ୍ରକାଶ କରିଥିଲେ। ଶେଷରେ ଅଧ୍ୟପାକ ଶ୍ରୀ ପୋଲାଇ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here