ଏ.ପି.ଜେ ଅବଦୁଲ କାଲାମଙ୍କ ଜନ୍ମ ଦିବସ ପାଳନ

0
355

ଜଗନ୍ନାଥ ପ୍ରସାଦ(ନିଲୁ ବିଶୋଇ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ତରଫରୁ ଭାରତ ରତ୍ନ ପ୍ରାପ୍ତ ପୂର୍ବତନ ରାଷ୍ଟ୍ରପତି ଡଃ ଏ. ପି. ଜେ ଅବଦୁଲ କଲାମଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ଜୟ ଦେବ ଗୌଡ କାଲାମଙ୍କ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ କରି କାଲାମଙ୍କ ଦୃଷ୍ଟିରେ ଛାତ୍ରଛାତ୍ରୀଙ୍କ କର୍ତ୍ତବ୍ୟ, ତାଙ୍କର ଜୀବନୀ ବର୍ଣନା କରିଥିଲେ ଓ ପ୍ରାଧ୍ୟାପକ ଲୋକନାଥ ମହାନ୍ତି କଲାମଙ୍କ ଭାରତ ପ୍ରତି ଥିବା ତାଙ୍କର ତ୍ୟାଗ ଉପରେ ଉଦବୋଧନ ଦେଇଥିଲେ। ଆଜିର ଦିନକୁ କାଲାମ ଙ୍କୁ ମନେ ରଖିବା ପାଇଁ ସାରା ଦେଶ ବିଶ୍ଵ ବିଦ୍ୟାର୍ଥୀ ଦିବସ ରୂପେ ପାଳନ କରୁଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ସରୋଜ କୁମାର ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here