ଇଣ୍ଡିଆନ୍ ଗ୍ରାଁ ପ୍ରି-୬ରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଦୌଡ଼ରାଣୀ ଦୂତି ଚାନ୍ଦ

0
690

ଦୌଡ଼ରାଣୀ ଦୂତି ଚାନ୍ଦ ଏନ୍ଆଇଏସ୍ ପଟିଆଲାରେ ଆୟୋଜିତ ଇଣ୍ଡିଆନ୍ ଗ୍ରାଁ ପ୍ରି-୬ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୧୦୦ ମିଟର ଦୌଡ଼ରେ ଦୂତି ୧୧.୪୩ ସେକେଣ୍ତ ସମୟ ନେଇ ଏହି ସଫଳତା ପାଇଛନ୍ତି। ତାଙ୍କ ପଛକୁ କେରଳର ଜିଲ୍ନା ଏମ୍ଭି ୧୧.୭୭ ସେକେଣ୍ତ ସହ ରୌପ୍ୟ ଏବ˚ ମଧ୍ୟପ୍ରଦେଶର ଇନ୍ଦୁ ପ୍ରସାଦ ୧୨.୫୬ ସେକେଣ୍ତ ସହ କା˚ସ୍ୟ ପଦକ ଜିତିଛନ୍ତି। ଦୂତି ଇଣ୍ଡିଆନ୍ ଗ୍ରାଁ ପ୍ରିରେ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଥିଲେ ମଧ୍ୟ ଚଳିତ ମାସ ୨୭ ତାରିଖରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିବାରୁ ବିଫଳ ହୋଇଛନ୍ତି। କାତାରର ଦୋହାଠାରେ ଖେଳାଯିବାକୁ ଥିବା ବିଶ୍ୱ ଦୌଡ଼କୁଦ ଲାଗି ମହିଳା ୧୦୦ ମିଟରର ଯୋଗ୍ୟତା ସମୟ ୧୧.୨୪ ସେକେଣ୍ଡ ଥିଲା ବେଳେ ଦୂତି ଏହାଠାରୁ ୦.୧୯ ସେକେଣ୍ଡ ଅଧିକ ନେଇଥିଲେ ।

LEAVE A REPLY

Please enter your comment!
Please enter your name here