ମଥୁରା ଷ୍ଟେଟ ବ୍ୟାଙ୍କରୁ ଚୋରୀ ଉଦ୍ୟମ ଘଟଣା : ଦୁଇ ଅଭିଯୁକ୍ତ ଗିରଫ ।

0
306

ପୋଲସରା : ପୋଲସରା ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଚୋରୀ ଉଦ୍ୟମ ସହ କଳମ୍ବ ଗ୍ରାମରେ ହୋଇଥିବା ଚୋରୀ ଘଟଣାରେ ପୋଲସରା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ତିନୋଟି ଘଟଣାରେ ସଂପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ବୁଧବାର ଦିନ ସାମ୍ବାଦିକ ସମ୍ମିଳନୀରେ ପୋଲସରା ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ଚୋରି ଅଭିଯୋଗରେ ଗିରଫ ଦୁଇଜଣ ହେଲେ ରମ୍ଭା ଥାନା ଅନ୍ତର୍ଗତ ନାଉପୁଟ ଗ୍ରାମର ମିଥୁନ ପାତ୍ର (୨୨) ଓ ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମର ମୁନ୍ନା ପାତ୍ର (୨୪) । ସେମାନଙ୍କ ନିକଟରୁ ନଗଦ ଦଶହଜାର ଟଙ୍କା, ତାଲା ଭାଙ୍ଗିବାରେ ବ୍ୟବହୃତ ଲୁହା ଗୁନିଆ ଓ ପାନ ଦୋକାନରୁ ଚୋରୀ କରିଥିବା ଖାଦ୍ୟ ସାମଗ୍ରୀକୁ ପୋଲିସ ଜବତ କରିଛିନ୍ତି । ସୁଚନା ଯୋଗ୍ୟ ଯେ, ଗତ ନଭେମ୍ବର ୧୨ ତାରିଖରେ କଳମ୍ବ ଗ୍ରାମରେ ଏକ ପାନ ଦୋକାନରୁ ୫୦ହଜାର ଟଙ୍କା ଓ ଖାଦ୍ୟ ସାମଗ୍ରୀ ଚୋରୀ ହୋଇଥିବା ନେଇ ଦିବ୍ୟାଙ୍ଗ ଦୋକାନ ମାଲିକ ମମତା କୁମାରୀ ପ୍ରଧାନ ୧୩ ତାରିଖରେ ପୋଲସରା ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲସରା ଥାନାରେ ୪୦୬/୨୧ରେ ଏକ କେଶ୍ ରୁଜ୍ଜୁ ହୋଇଥଲା । ଏହାପରେ ଚଳିତ ଡିସେମ୍ବର ମାସ ୧୫ ତାରିଖରେ ପୋଲସରା ମଥୁରା ଗ୍ରାମରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ତାଲା ଭାଙ୍ଗି ଲୁଟ୍ ଉଦ୍ୟମ ହୋଇଥିଲା । ସମାନ ଦିନରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଚୋରୀ ଉଦ୍ୟମ ହୋଇଥଲା । ମଥୁରା ବ୍ୟାଙ୍କ ଓ ଆରଆଇ ଅଫିସର ମୁଖ୍ୟ ପ୍ରବେଶ ଦ୍ଵାରର ସଟରରେ ପଡ଼ିଥିବା ତାଲାକୁ ଦୁର୍ବୃତ୍ତଦ୍ବୟ କାଟି ଦେଇଥିଲେ । ଏନେଇ ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକ ଓ ପୋଲସରା ତହସିଲଦାର ପୋଲସରା ଥାନାରେ ପୃଥକ୍ ଭାବେ ଏତଲା ଦେଇଥିଲେ । ପୋଲିସ ଏହି ଦୁଇଟି ଘଟଣାରେ ଯଥାକ୍ରମେ ୪୪୧/୨୧ ଓ ୪୪୨/୨୧ ରେ ଦୁଇଟି କେଶ୍ ରୁଜ୍ଜୁକରି ତଦନ୍ତ ଆରମ୍ଭ କରିଥିଲା । ପୋଲସରା ଥାନା ଅଧିକାରୀ ଜୀତେନ୍ଦ୍ର କୁମାର ମଲ୍ଲିକଙ୍କ ନେତୃତ୍ବରେ ଏସଆଇ ସମୀର କୁମାର ବେହେରା ଓ ଅନ୍ୟ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରା ଯାଇଥିଲା । ବ୍ୟାଙ୍କର ସିସି ଟିଭି ଫୁଟେଜ ଯାଞ୍ଚ କରିବା ପରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାକୁ ସାହାଯ୍ୟ ହୋଇଥିଲା । ଦୁଇ ଦିନ ବ୍ୟାଙ୍କ୍ ଧର୍ମଘଟ ଥିବାରୁ ଏହାର ସୁଯୋଗରେ ଲୁଟ୍ ଉଦ୍ୟମ କରିଥିଲେ ଓ ସେମାନେ କଳମ୍ବ ପାନ ଦୋକାନରୁ ଚୋରୀ କରିଥିବା ନେଇ ପୋଲିସ ଜେରା କରିବା ସମୟରେ ସ୍ଵୀକାର କରିଥିଲେ। ଗିରଫ ଦୁଇଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଥାନା ଅଧିକାରୀ ଜୀତେନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

ରିପୋର୍ଟ:ସ୍ବରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here