ସମାଜସେବୀ ହେମଲତା ସାହୁଙ୍କ ଏକାଦଶାହରେ ସ୍ମୃତିସଭା

0
368

ବେଲଗୁଣ୍ଠା:ଅବସରପ୍ରାପ୍ତ ଶିକ୍ଷକ ସତ୍ୟବାଦୀ ସାହୁଙ୍କ ଧର୍ମପତ୍ନୀ ତଥା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ମାତା ସମାଜସେବୀ ସ୍ଵର୍ଗତା ହେମଲତା ସାହୁଙ୍କ ଏକାଦଶାହରେ ଏକ ସ୍ମୃତି ସଭା ସାନ ବାରସିଂହ ଠାରେ ଅନୁଷ୍ଠିତ ହୋଇଯାଇଛି I ହେମଲତା ଅସହାୟ ଗରୀବ ମାନଙ୍କ ପେଟ ଚିହ୍ନି ପାରୁଥିଲେ ବୋଲି ଅତିଥି ଭାବେ ଯୋଗ ଦେଇଥିବା ବେଲଗୁଣ୍ଠାର ପ୍ରାକ୍ତନ ବ୍ଳକ୍ ଅଧ୍ୟକ୍ଷ ତଥା ବ୍ଳକ୍ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ନାୟକ ପ୍ରକାଶ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ବଡମ୍ବା ଥାନା ଅଧିକାରୀ ନିରଞ୍ଜନ ଦାଶ,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, କୋଷାଧ୍ୟକ୍ଷ ବିଭୁପାଦ ଜେନା,ଉପସଭାପତି ପ୍ରଭାତ କୂମାର ସାହୁ, ସଦସ୍ୟ ସଚିନ୍ ପୁରୋହିତ,ମାଧବ ଆପଟ,ଶିବ ରାମ ଚୌଧୁରୀ, ସମାଜସେବୀ ଆଲୋକ ସାହାଣୀ, ଥାନା ଏଏସ୍ଆଇ ବିଶ୍ଵନାଥ ମଲ୍ଲିକ, ଜି. ଡି ପାତ୍ର, ରାଇଟର୍ ରାଜୀବ୍ କୁମାର ପାତ୍ର , ପୂର୍ବତନ ସରପଞ୍ଚ ବିଦ୍ୟାଧର ବିଷୋୟୀଙ୍କ ସମେତ ବହୁ ସାମ୍ବାଦିକ, ପୋଲିସ୍ ଅଧିକାରୀ ଓ ଅଞ୍ଚଳବାସୀ,ପରିବାର ବନ୍ଧୁବର୍ଗ ଉପସ୍ଥିତ ରହି ସ୍ଵର୍ଗତା ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ସ୍ଵର୍ଗତା ହେମଲତା ସାହୁଙ୍କ ବଡ଼ ପୁଅ ତଥା ଶିକ୍ଷକ ପ୍ରଦୀପ କୁମାର ସାହୁ ପରିଚାଳନା କରିଥିବା ବେଳେ ସାନ ପୁଅ ତଥା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here