ଜୁଆ ଆଡା ଉପରେ ହିଞ୍ଜିଳି ପୋଲିସ ର ଚଢ଼ାଉ

0
376

ହିଂଜିଲିକାଟୁ(ହିମାଂଶୁ ବେହେରା)ପାଖେଇ ଆସିଲାଣି ଦଶହରା ଏବଂ କୁମାର ପୂର୍ଣ୍ଣିମା ର ଦିନ।ବିଭିନ୍ନ ସ୍ଥାନ ରେ ମାତିଲେଣି ଏକାଧିକ ଜୁଆଡି।ବିଶେଷ କରି ଗଞ୍ଜାମ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଜୁଆଡି ମାନେ ଜୁଆ ଖେଳୁଥିବା ଦେଖିବାକୁ ମିଳୁଛି। ଠିକ ସେଇଭଳି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଇଲାକାର ପୋଚିଲିମା ଗାଁ ନିକଟ ଏକ ଘରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା। ଜୁଆ ଖେଳ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲା ହିଂଜିଳି ପୋଲିସ। ଥାନା ଅଧିକାରୀ ଙ୍କ ନେତୃତ୍ୱରେ ଏକ ଟିମ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ 22 ଜଣ ଜୁଆଡି ଙ୍କୁ ଧରି ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ଏକ ଲକ୍ଷ୍ୟ ସାଠିଏ ହଜାର ଟଙ୍କା ଓ 16 ଟି ମୋବାଇଲ 10ଟି ମୋଟର ସାଇକେଲ ଜବତ ମଧ୍ୟ ହୋଇଛି।ଅନ୍ୟପଟେ ଆଗକୁ କୁମାର ପୂର୍ଣ୍ଣିମା ଏବଂ ଦଶହରା ଆସୁଥିବା ହେତୁ ଗଞ୍ଜାମ ରେ ଆହୁରି ବଡ଼ ଧରଣର ଜୁଆଆଡ୍ଡା ର ସମ୍ଭାବନା ରହିଛି।ଏହାକୁ ରୋକିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ।

LEAVE A REPLY

Please enter your comment!
Please enter your name here