ଶୀତ ଦିନିଆ ସ୍ବାସ୍ଥ୍ୟ ଶିବିର

0
229

ବ୍ରହ୍ମପୁର:ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନl ଶିବିର ଅନୁଷ୍ଠିତ ହୋଇଯାଇଛି l ଡା. ନକୁଳ ସାହୁ ଶୀତ ଦିନେ ହେଉଥିବା କୃମି, ଚର୍ମ ରୋଗ,, ଶିରା, ହୃଦୟ ସଙ୍କୋଚନ ଓ ଏହାର ନିରାକରଣ ପାଇଁ ସଚେତନ କରିଥିଲେ l ରୋଗୀଙ୍କ ରକ୍ତଚାପ, ମଧୁମେହ, ଗଣ୍ଠିବାତ ଆଦି ପରୀକ୍ଷା କରି ଚିକିତ୍ସା, ପରlମର୍ଶ ଓ ଔଷଧ ବିତରଣ କରିଥିଲେ l ପ୍ରତ୍ୟେକ ସୋମବାର ସକାଳେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୁଏ l ମନ୍ଦିର କମିଟି ସଭ୍ଯ ସଭ୍ୟା ଶିବିର ଆୟୋଜନରେ ସହଯୋଗ କରିଥିଲେ l ନୂତନ ବର୍ଷ ଏକ ତାରିଖରେ ବିଶ୍ଵଶାନ୍ତି ଓ ଆରୋଗ୍ୟ ପାଇଁ ମହାଯଜ୍ଞ ଅନୁଷ୍ଠିତ ହେବ ଅଶ୍ୱିନୀ କୁମାର ଓ ଧନ୍ଵନ୍ତରି ପୂଜା ପାଇବେ, ଜନସାଧାରଣ ଏହାର ସୁଯୋଗ ଓ ଆଶୀର୍ବାଦ ନେବାକୁ ଅନୁରୋଧ କରାଯାଇଛି l

LEAVE A REPLY

Please enter your comment!
Please enter your name here