ଓଡିଶା କୃଷକ ସଭା ର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନ ର କାର୍ଯ୍ୟାଳୟ ସମୁଖ ରେ ଗଣଧାରଣା

0
262

ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନ ର ସମୁଖ ରେ ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଗତ ଜୱାଦ ବାତ୍ୟା ଓ ଲଗାଣ ବର୍ଷା ଜନିତ କ୍ଷତି ଗ୍ରସ୍ତ ଚାଷୀ ଙ୍କୁ କ୍ଷତି ପୂରଣ ଧାନ ଫସଲ ପାଇଁ ଏକର ପିଛା 20ହଜାର ଓ ପନି ପରିବା ଅନ୍ୟ ଫସଲ ର ଏକର ପିଛା 25ହଜାର. ଗଞ୍ଜାମ ଜିଲ୍ଲା ରେ 60%ଭାଗ ହେଉଛନ୍ତି ଭାଗ ଚାଷୀ.ଜମି ମାଲିକ ମାନେ ସ୍ୱୀକାର ପତ୍ର ନଦେବା ଯୋଗୁ ଭାଗ ଚାଷୀମାନେ କ୍ଷତି ପୂରଣ ପାଇବାରେ ବଞ୍ଚିତ ହେଉଛନ୍ତି l. ଜମି ମାଲିକ ମାନେ କ୍ଷତି ପୂରଣ ସହାୟତା ପାଇ ଯାଉଛନ୍ତି l. ଏଣୁ ପଲ୍ଲୀ ସଭା କରି ଗ୍ରାମ କମିଟି ରେ କିମ୍ବା ସ ରଜମନ ତଦନ୍ତ କରି ଭାଗ ଚାଷୀ ଚିହ୍ନଟ କରି କ୍ଷତିପୂରଣ ଦେବା ପାଇଁ ଓଡିଶା କୃଷକ ସଭା ଦାବୀ କରୁଛି l. ସାଧାରଣ ଚାଷୀ ଙ୍କ ଭଳି ଆଦିବାସୀ ପାଇଥିବାପଟ୍ଟା ଜମିର କ୍ଷତି ପୂରଣ ଦେବା. ଧାନ ମଣ୍ଡି ଖୋଲି ଚାଷୀ ଓ ଭାଗ ଚାଷୀ ର ସମସ୍ତ ଧାନ କ୍ରୟ କରବା. ରବି ଫସଲ ପାଇଁ ମାଗଣା ରେ ବିହନ. ସାର. ଔଷଧ ଯୋଗାଇବା.. l. କ୍ଷତି ଗ୍ରସ୍ତ ଚାଷୀ ଫସଲ ବୀମା ସହାୟତା ଦେବା l. ଚାଷୀ ର ଗମୁ ହୋଇଥିବା ଧାନ ର ମାନ କୋହଳ କରି ଧାନ କ୍ରୟ କରିବା l. ଋଣ ଛାଡ଼ କରିବା ସହିତ ବିନା ସୁଧ ରେ ନୂତନ ଋଣ ପ୍ରଦାନ ଇତ୍ୟାଦି 12ଦଫା ଦାବି ନେଇ ଗଣ ଧାରଣା ଅନୁଷ୍ଠିତ ହୋଇଥିଲା ଏହି ଗଣ ଧାରଣା ରେ ଓଡିଶା କୃଷକ ସଭା ରାଜ୍ୟ ଉପସଭାପତି ତଥାଜିଲ୍ଲା ସମ୍ପାଦକ ପି. ହରିକୃଷ୍ଣ ରେଡ୍ଡୀ ଙ୍କ ନେତୃତ୍ୱ ରେ ଗୋପାଳ କୃଷ୍ଣ ପାଣିଗ୍ରାହୀ ଙ୍କ ସଭାପତିତ୍ୱ ରେ ବରିଷ୍ଠ କୃଷକ ନେତା କୈଳାଶ ଷଡ଼ଙ୍ଗୀ.l. କ୍ଷେତ ମଜଦୁର ୟୁନିୟନ ନେତା ବିଦ୍ୟାଧର ଜେନା. ୟୁନିୟନ ସମ୍ପାଦକ ନରସିଂହ ସାହୁ l.ବକ୍ତବ୍ୟ ରଖି ଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଦଳିତ ମଞ୍ଚ ନେତା ବିପିନ ନାୟକ. କୃଷକ ସଭା ର ମଙ୍ଗଳା ଗୌଡ଼. ରବୀନ୍ଦ୍ର ଆଚା ରୀ. କେଶବ ଗୌଡ଼. କୋରା ଗୌଡ଼ ପ୍ରମୁଖ ଯୋଗ ଦାନ କରି ଥିଲେ.. l

LEAVE A REPLY

Please enter your comment!
Please enter your name here