୨୫ ତମ ପ୍ରତିଷ୍ଠା ଦିବସରେ ବହୁ ବିଜେପି ପରିବାର ବିଜେଡିରେ ସାମିଲ

0
1080

ପୋଲସରା/ବୁଗୁଡା : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ନିର୍ବାଚନ ମଣ୍ଡଳୀରେ ଶାସକ ବିଜୁ ଜନତା ଦଳ ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି। ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ବିଭିନ୍ନ ଜନହିତକର ଯୋଜନା ଓ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟାଙ୍କ ଜନ ସମ୍ପର୍କ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ଜାତୀୟ ରାଜନୈତିକ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହେଉଥିବା ଜଣାପଡ଼ିଛି। ଏହାର ଅନ୍ୟତମ କାରଣ ମଧ୍ୟ ହେଲା ବିରୋଧୀ ଦଳର ନେତୃତ୍ୱର ନିଷ୍କ୍ରିୟତା । ବିଜେଡିର ପ୍ରତିଷ୍ଠାର ରୌପ୍ୟ ଜୟନ୍ତି ପାଳନ ଅବସରରେ ପୋଲସରା ବ୍ଲକ ଓ ବୁଗୁଡା ବ୍ଲକରେ ୨୭୦ ରୁ ଉର୍ଦ୍ଧ୍ବ ବିଜେପି ସମର୍ଥୀତ ପରିବାର ବିଜୁ ଜନତା ଦଳରେ ସାମିଲ ହୋଇଥିବା ଜଣାପଡିଛି। ପୋଲସରା ବ୍ଲକର ଖଣ୍ଡୁରୁ ଗ୍ରାମ ପଞ୍ଚାୟତର କୋଙ୍କରଡ଼ା ଗ୍ରାମର ବାଲାଜି ସାହୁଙ୍କ ନେତୃତ୍ୱର ୭୦ ରୁ ଉର୍ଦ୍ଧ୍ବ ବିଜେପି ନେତା ଓ କର୍ମୀ ଏବଂ ବିଜେପି ସମର୍ଥକ ପରିବାର ବିଜେଡିର ସାମିଲ ହୋଇଛନ୍ତି। ସେହିପରି ବୁଗୁଡା ବ୍ଳକର ଗୋଳାବନ୍ଧ ଗ୍ରାମ ପଞ୍ଚାୟତ ବେତାରସିଂ ଗ୍ରାମର ଧନୁର୍ଦ୍ଧର ବେହେରା ଓ ତୁଳସୀ ବେହେରାଙ୍କ ନେତୃତ୍ୱରେ ପ୍ରାୟ ୧୫୦ ବିଜେପି ନେତା, କର୍ମୀ ଓ ସମର୍ଥକ ପରିବାର ବିଜୁ ଜନତା ଦଳରେ ସାମିଲ ହୋଇଥିବା ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ସେହିପରି ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଳିକଙ୍କ ନିଜ ପଞ୍ଚାୟତ ଶଙ୍କୁରୁ ର କାନକୁଟୁରୁ ଗ୍ରାମର ବିଷ୍ଣୁ ପ୍ରସାଦ ପରିଡାଙ୍କ ନେତୃତ୍ୱରେ ପ୍ରାୟ ୫୦ ପରିବାରର ବିଜେପି କର୍ମୀ ଓ ସମର୍ଥକ ବିଜୁ ଜବତା ଦଳରେ ସାମିଲ ହୋଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here