ବିଜେଡି ନେତାଙ୍କ ଦଶାହ କାର୍ଯ୍ୟରେ ଶୋକସଭା ପାଳିଲେ ବିଜୁ ପରିବାର

0
314

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଖମ୍ବାରି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତିନିଧି ତଥା ବିଜେଡି ନେତା ଲଳିତ ମୋହନ ମହାପାତ୍ରଙ୍କ ମୃତ୍ୟୁର ଆଜକୁ ଦଶଦିନ ବିତି ଯାଇଥିବା ବେଳେ ତାଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଗୁରୁବାର ଦିନ ଦିଗପହଣ୍ଡି ବିଜୁ ପରିବାର ପକ୍ଷରୁ ଏକ ଶୋକସଭା ପାଳିତ ହୋଇଯାଇଛି । ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କାଶୀ ବିଶ୍ଵନାଥ ଶୈବପୀଠ ପ୍ରାଙ୍ଗଣରେ ଆୟୋଜିତ ଶୋକସଭାରେ ପୂର୍ବତନ ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ , ପୂର୍ବତନ ସରପଞ୍ଚ ସଂଘ ସଭାପତି କେ. ହରିବନ୍ଧୁ ରେଡ୍ଡୀ , ପୂର୍ବତନ ଗୋକର୍ଣ୍ଣପୁର ସରପଞ୍ଚ ଅସିତ କୁମାର ସାହୁ , ପୂର୍ବତନ ଗୈାଡ ଗାଁ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ , ପୂର୍ବତନ ବମକୋଇ ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ୟା , ପୂର୍ବତନ ଆଙ୍କୋରଡା ସରପଞ୍ଚ ଉଷାନ୍ତ ସାହୁ , ବିଜେଡି ନେତା ମନୋଜ ସାହୁ , କଇଠଡା ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼ , ପୂର୍ବତନ କୋଟିନଡ଼ା ସରପଞ୍ଚ ପ୍ରତିନିଧି ଉମା ବିଷୋୟୀ ସମେତ ରମେଶ ଚନ୍ଦ୍ର ପାଢ଼ୀ , ସମିତି ସଭ୍ୟ ପଙ୍କଜ ସାହୁ , ଶିବରାମ ମହାନ୍ତି , ପୂର୍ବତନ ଛାତ୍ର ବିଜେଡ଼ି ସଭାପତି ରାଜକିଶୋର ମହାନ୍ତି , ବିକ୍ରମ ସିଂ ସମେତ ବହୁ ସମିତି ସଭ୍ୟ/ ସଭ୍ଯା ଓ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ । ଏଥିସହ ଦଳୀୟ କର୍ମୀମାନେ ଅତୀତ ଦିନରେ ତାଙ୍କ ସହ ଜୀବନ ବିତାଇଥିବା ଅଭୂଲା ସ୍ମୃତିକୁ ମନେ ପକାଇ କ୍ରନ୍ଦନ ଭାବେ ଶୋକ ପାଳିଥିଲେ ଓ ଶୋକସନ୍ତପ ପରିବାରକୁ ସମବେଦନା ଜ୍ଞାପନ ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ବିଜେଡି ନେତାଙ୍କୁ ଗତ ୨୦ ତାରିଖ ରାତିରେ ରାଜନୈତିକ ହିଂସାରେ ରାମକୃଷ୍ଣ ମିଶ୍ର ନାମକ ଜଣେ ଯୁବକ ଗାଡ଼ି ମଡାଇ ହତ୍ୟା କରିଥିଲା । ଘଟଣା ଘଟିବାର ଆଜକୁ ୧୦ ଦିନ ଅତିବାହିତ ହୋଇଥିଲେ ମଧ୍ୟ ହତ୍ୟାକାରୀ ବର୍ତ୍ତମାନ ସୁଦ୍ଧା ପୋଲିସ ଧରିବାରେ ବିଫଳ ରହିଥିବା ନେଇ ଦୁଃଖ ପ୍ରକାଶ କରିଥିଲେ । ତେବେ ହତ୍ୟା ଘଟଣାର ପର୍ଦ୍ଧାଫାଶ କେବେ କରିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here