ଭାରସାମ୍ୟ ହରାଇ ଓଲଟିଲା ଟାଟା ମାକ୍ସିମା; ଡ଼୍ରାଇଭର ଆହତ

0
232

ବେଲଗୁଣ୍ଠା: ଆଜି ଭୋର୍ ସମୟରେ ଚାଳକର ଆଖି ଲାଖି ଯିବାରୁ ଗୋବରା ନିକଟରେ ଏକ ଟାଟା ମାକ୍ସିମା ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଡ଼୍ରାଇଭର ଜଣଙ୍କ ଆହତ ହୋଇ ଭଞ୍ଜନଗର ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ଜଣାପଡିଛି I ସୂଚନା ପ୍ରକାରେ ଆଜି ବ୍ରହ୍ମପୁରରୁ ଭଞ୍ଜନଗର ଅଭିମୁଖେ ଯାଉଥିବା OD09Q8430 ନମ୍ବର୍ ବିଶିଷ୍ଟ ଏକ ମହିନ୍ଦ୍ରା ମାକ୍ସିମା ଗାଡ଼ିର ଡ୍ରାଇଭର ପୂର୍ଣ୍ଣ ଚନ୍ଦ୍ର ଗୌଡ଼ଙ୍କ ଭୋର୍ ତିନିଟା ସମୟରେ ଗୋବରା ନାଳ ନିକଟରେ ଆଖି ଲାଖି ଯାଇଥିଲା I ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ହିଁ ଓଲଟି ପଡ଼ିବା ଯୋଗୁଁ ଡ଼୍ରାଇଭର ପୂର୍ଣ୍ଣ ଚନ୍ଦ୍ର ଆହତ ହୋଇଥିଲେ I ସ୍ଥାନୀୟ ଲୋକେ ପୂର୍ଣ୍ଣ ଚନ୍ଦ୍ରଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ୍ କୁ ପଠାଇଥିଲେ I ଗାଡ଼ିଟି ବ୍ରହ୍ମପୁରରୁ ମୁଜାଗଡ଼ ଯାଉଥିବ ସୂଚନା ମିଳିଛି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here