ଜାତୀୟ ଗୁଣବତ୍ତା ନିର୍ଦ୍ଧାରଣ ସ୍ତର ଟିମଙ୍କ ମାଣିତରା ଗସ୍ତ

0
233

ବୁଗୁଡା:କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଜାତୀୟ ଗୁଣାତ୍ମକ ନିର୍ଦ୍ଧାରଣ ସ୍ତର ( NQAS ) ଟିମ ଜୁନ ୨୨ ଓ ୨୩ ତାରିଖ ଦୁଇଦିନିଆ ଗସ୍ତରେ ଆସି କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ କରି ଫେରିଥିବା ଜଣାପଡିଛି। ଉତ୍ତମ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ କାୟାକଳ୍ପ ପୁରସ୍କାର ପ୍ରାପ୍ତ ହୋଇଥିବା ବେଳେ ଜାତୀୟ ସ୍ତରରେ NQAS ପୁରସ୍କାର ପାଇଁ କେନ୍ଦ୍ରୀୟ ଟିମ ଦୁଇ ଦିନଆ ଗସ୍ତରେ ଆସି ମାଣିତରା ମେଡ଼ିକାଲର ଯୋଗ୍ୟତା ବିଷୟ ନେଇ ସମସ୍ତ ଦିଗକୁ ଅନୁଧ୍ୟାନ କରିଥିଲେ। ଏହି ଗୁଣବତ୍ତା ନିର୍ଦ୍ଧାରଣ ଟିମରେ କେନ୍ଦ୍ରୀୟ ଉତ୍କର୍ଷ ନିର୍ଦ୍ଧାରକ ଡାକ୍ତର ବିନ୍ଦୁ, ବ୍ରିଗେଡିୟର ମନୋଜ ଭଟ୍ଟ, ଓଡିଶା ରାଜ୍ୟ ଉତ୍କର୍ଷ ନିର୍ଦ୍ଧାରକ ଡାକ୍ତର ମନୋରଞ୍ଜନ ମହାପାତ୍ର, ଗଞ୍ଜାମ ଜିଲ୍ଲା ଉତ୍କର୍ଷ ନିର୍ଦ୍ଧାରକ ସଞ୍ଜୟ ପରିଡା, ହସପିଟାଲ ମ୍ୟାନେଜର ଡାକ୍ତର ବ୍ରଜରାଜ, ଆରଏମସିଏଚଏ ଶକ୍ତି ଦିଗାଲ, କରୁଣା ଟ୍ରଷ୍ଟ ମେନେଜିଙ୍ଗ ଡ଼ାଇରେକ୍ଟର ହରି କୃଷ୍ଣ ପ୍ରହରାଜ,ଓ ଷ୍ଟେଟ ମେନେଜିଙ୍ଗ ଡ଼ାଇରେକ୍ଟର ବନୋଜ ପଣ୍ଡା ପ୍ରମୁଖ ଆନୁଧ୍ୟାନ ପାଇଁ ମାଣିତରା ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଆସିଥିଲେ। ପ୍ରରିଦର୍ଶନ କାର୍ଯ୍ୟରେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳକ ବିଶ୍ଵଜିତ ପ୍ରଧାନ, ମାଣିତରା ମେଡ଼ିକାଲ ଅଫିସର ଡାକ୍ତର ଦୟାନିଧି ରାଉତ ଓ ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ, ଟେକିନସିଆନ କାଳୀ ପ୍ରସାଦ ସାହୁ, ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ଷ୍ଟାପ ନର୍ସ ଗଙ୍ଗା ସାହାଣୀ, ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ପ୍ରିୟା ପଣ୍ଡା ଓ ପ୍ରତିମା ସ୍ବାଇଁଙ୍କ ସମେତ ଅନ୍ୟାନ୍ୟ ମେଡ଼ିକାଲ କର୍ମଚାରୀ ଓ ଆଶା କର୍ମୀବୃନ୍ଦ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here