ଯୁବ ସମ୍ବାଦିକଙ୍କ ମାତୃ ବିୟୋଗ

0
330

ଵ୍ରହ୍ମପୁର:ବ୍ରହ୍ମପୁରର ଯୁବ ସମ୍ବାଦିକ ଅଭିଜିତ୍ କରଙ୍କ ମା ’ ସୁରଭି ରାଣୀ କର ( ୪୮ ) ଙ୍କ ଶନିବାର ମୃତ୍ୟୁ ଘଟିଛି । ତାଙ୍କୁ ବ୍ରେନ ଷ୍ଟ୍ରୋକ ହେବା ସହିତ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଗତ ୧୩ ତାରିଖ ଠାରୁ ଏମ୍‌କେସିଜି ଠାରେ ଚିକିତ୍ସିତ ହେଉଥିଲେ । ଶୁକ୍ରବାର ଦିନ ତାଙ୍କୁ ଘରକୁ ଅଣାଯାଇଥିଲା । ଆଜି ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍‌କେସିଜିକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ତାଙ୍କ ମରଶରୀରକୁ ଆସିକା ଲୋଡ୍ ଜେନା ସାହିସ୍ଥିତ ବାସଭବନକୁ ନିଆଯାଇଥିଲା । ସେଠାରେ ସ୍ଥାନୀୟ ଲୋକଙ୍କ ସହିତ ପରିବାର ବର୍ଗ ଶେଷ ଦର୍ଶନ କରିଥିଲେ । ପୁଅ ଅଭିଜିତ୍‌ଙ୍କ ସମେତ ଝିଅ ରୋଜାଲିନ୍ କର ଭଟ୍ଟ , ଜ୍ବାଇଁ ଚନ୍ଦ୍ରଶେଖର ଭଟ୍ଟଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ ।ଏହାପରେ ତାଙ୍କୁ ଫାଷ୍ଟଗେଟ୍ ନିକଟ ଶ୍ମସାନକୁ ନିଆଯାଇଥିଲା । ଚିକିତ୍ସା ପାଇଁ ବିଧାୟକ ବିକ୍ରମ ପଣ୍ଡା ସହାୟତାର ହାତ ବଢ଼ାଇଥିବା ବେଳେ ଆଜି ଶୁସାନ ଯାଇ ଶେଷ ଦର୍ଶନ କରିବା ସହିତ ପରିବାରକୁ ସମବେଦନା ଜଣାଇଥିଲେ । ସେହିପରି ବହୁ ବରିଷ୍ଠ ଓ ଯୁବ ସାମ୍ବାଦିକ ଅଭିଜିତ ଘର ଜେନା ସାହି ଯାଇ ଶେଷ ଦର୍ଶନ କରି ଶ୍ୱସlନ ପଯ୍ୟନ୍ତ ଯାଇ ଶେଷକୃତ୍ୟ ସମ୍ପୂର୍ଣ କରିଥିଲେ ଦେଢ଼ବର୍ଷ ପୂର୍ବେ ବାପା ସ୍ବର୍ଗତ ସିମାଞ୍ଚଳ କରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ମା ’ ମଧ୍ୟ ଚାଲିଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here