ଭାଟପଡା ଠାରେ  ଅଙ୍ଗନୱାଡି କର୍ମୀଙ୍କ ଅକାଳ ମୃତ୍ଯୁ l

0
422

ବେଗୁନିଆପଡ଼ା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ତଥା କୋଦଳା ଥାନା ଅନ୍ତର୍ଗତ କାଞ୍ଚଣା ପଞ୍ଚାୟତର ଭାଟପଡା ଗ୍ରାମରେ ଜଣେ ଅଙ୍ଗନବାଡି କର୍ମୀଙ୍କ ଅକାଳ ବିୟୋଗ ଘଟିଛି l ମୃତକ ଜଣକ ହେଲେ ଉକ୍ତ ଗ୍ରାମର ବିପ୍ର ମହାରଣାଙ୍କ ସ୍ତ୍ରୀ କୁମାରୀ ମହାରଣା (55) l ସୂଚନା ଅନୁଯାୟୀ ସେ ଭାତପଡ଼ା ସ୍ଥିତ ଏକ ନମ୍ବର ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଥିଲେ ଏବଂ ଦୀର୍ଘ ଦିନ ଧରି ଦୁରାରୋଗରେ ପୀଡିତ ଥିଲେ l ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ମହିଳା ଥିବା ବେଳେ  ଶିଶୁ ମାନଙ୍କୁ ବେଶ ଭଲ ପାଉଥିଲେ l ନିଜ କେନ୍ଦ୍ରକୁ ଠିକ୍ ଭାବେ ଦୀର୍ଘଦିନ ହେବ ପରିଚାଳନା କରିଆସୁଥିଲେ l ରୋଗରେ ପୀଡ଼ିତ ଥିବା ଯୋଗୁଁ ସେ ଛୁଟିରେ ଥିଲେ l ଖବର ପାଇ କଞ୍ଚାଣା ସରପଞ୍ଚ ଚିତ୍ରସେନ ଘୋଷ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିବା ସହ ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ  ପୁଅ, ଝିଅ, ସ୍ଵାମୀ , ଅଙ୍ଗନୱାଡି ସହାୟିକା ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here