ଜିଲ୍ଳା ସ୍ତରୀୟ ଗଣିତ କୁଇଜ୍ ପ୍ରତିଯୋଗୀତାରେ ବେଲଗୁଣ୍ଠା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା

0
223

ବେଲଗୁଣ୍ଠା:ଜାତୀୟ ଗଣିତ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ କେ.ସି ଟାଉନ୍ ହାଇସ୍କୁଲ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଗଣିତ କୁଇଜ୍ ପ୍ରତିଯୋଗୀତାରେ ବେଲଗୁଣ୍ଠା ବ୍ଳକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିଛନ୍ତି I ଜିଲ୍ଲାର ବିଭିନ୍ନ ହାଇସ୍କୁଲ୍ ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ବେଲଗୁଣ୍ଠା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ପ୍ରିୟାଂଶୁ ପ୍ରିୟବ୍ରତ ସାହୁ ଜୁନିୟର୍ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି I ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଆଦର୍ଶ ବିଦ୍ୟାଳୟରେ ମଧ୍ୟ ଜାତୀୟ ଗଣିତ ଦିବସ ଉପଲକ୍ଷେ ଗଣିତ କୁଇଜ, ଗଣିତ ପୋଷ୍ଟର୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା I ଛାତ୍ରଛାତ୍ରୀ ମାନେ ଗଣିତକୁ ରାମାନୁଜନ୍ ଙ୍କ ଅବଦାନ ବିଷୟରେ କହିଥିଲେ I ବିଦ୍ୟାଳୟର ଅଧ୍ୟକ୍ଷ ତଥା ଗଣିତ ଶିକ୍ଷକ ସଦାଶିବ ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here