ଆଇନଜୀବୀ ଓ ପୋଲିସ ଭୂମିକା ଉପରେ ଆଲୋଚନା ଚକ୍ର

0
240

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର  କୋର୍ଟ ପାଠାଗାରା ଠାରେ ବୁଧବାର ଆଇନଜୀବୀ ଓ ପୋଲିସର ଭୂମିକା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଓକିଲ ସଂଘର ସଭାପତି ସନ୍ତୋଷ କୁମାର ନାୟକଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକାରୀ ବ୍ରିଜେଶ ରାଏ,ସମ୍ମାନିତ ଅତିଥି ଭାବେ ଏଡ଼ିଜେ ଅରୁଣ କୁମାର ସାହୁ,ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଯୋଗ ଦେଇଥିଲେ। ବରିଷ୍ଠ ଆଇନଜୀବୀ ଏମ୍.ତାଜ ଆଦେନୀ ସ୍ୱାଗତ ଅଭିଭାଷଣ ଦେବାପରେ  ଭଞ୍ଜନଗର ଥାନାରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଥାନାଧିକାରୀ ଧିରେସ କୁମାର ଦାସଙ୍କୁ  ସ୍ୱାଗତ ଜଣାଇବା ସହ ଗାଙ୍ଗପୁର ଥାନାରେ କାର୍ଯ୍ୟରତ ଥିବାବେଳେ ଗାଙ୍ଗପୁର ଥାନାକୁ ଦେଶର ସର୍ବ ଶ୍ରେଷ୍ଠ ଦ୍ୱିତୀୟ ଥାନାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କର  ଉଲ୍ଲେଖନୀୟ  ଅବଦାନ ପାଇଁ ତାଙ୍କୁ ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା | ଏଥିସହ ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀ ରାଏ ଏବଂ  ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଭ୍ରାଂଶୁ ଶେଖର ମିଶ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।  ଏହାପରେ ଓକିଲ ଓ ପୋଲିସ ମାନଙ୍କ ଭୂମିକା ଉପରେ ଆଲୋଚନା କରାଯାଇଥିଲା । ଜନସାଧାରଣ କିଭଳି ଅଧିକରୁ ଅଧିକ ବିଭିନ୍ନ ଆଇନ ଦିଗ ପ୍ରତି  ସଚେତନ ହେବାସହ ଉପକୃତ ହେବେ ଏଥିସହ ବର୍ତ୍ତମାନ ଆଧୁନୀକରଣ  ଡିଜିଟାଲ ମାଧ୍ୟମରେ ଜନସାଧାରଣ ଓ ବରିଷ୍ଠ ବ୍ୟକ୍ତି ମାନେ ନିଜର ଅଭିଯୋଗ ପୋଲିସକୁ ଜଣାଇପାରିବେ ଏଥିସହ ଥାନାକୁ ଆସୁଥିବା ଜନସାଧାରଣଙ୍କୁ  ଉତ୍ତମ ବ୍ୟବହାର ଓ ସେବା ପ୍ରଦାନ କରିବା ପାଇଁ  ଜିଲ୍ଲା ଆରକ୍ଷୀ ଅଧିକାରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ମହିଳା,ଶିଶୁ ଏବଂ ବରିଷ୍ଠ ବ୍ୟକ୍ତି ମାନେ ବହୁ ସମୟରେ ନିର୍ଯ୍ୟାତିତ ହେଉଥିବାବେଳେ ତାଙ୍କୁ କିପରି ସଠିକ ନ୍ୟାୟ ପ୍ରଦାନ କରିବାରେ ପୋଲିସ ଏବଂ ଓକିଲ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ଏଡ଼ିଜେ ନିଜ ବକ୍ତବ୍ୟରେ କହିଥିଲେ । ଓକିଲ ସଂଘର ଉପସଭାପତି ରଜତ କୁମାର ଦାସ,ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ,ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଆଇନଜୀବୀ ସନ୍ତୋଷ ତିଆଡ଼ି,ଖରାଂଶୁ   ଶେଖର ଦାସ ,ମନୋଜ ପଟ୍ଟନାୟକ,ବିମଳ ପାଣି, ରଞ୍ଜିତ ପଟ୍ଟନାୟକ,ତ୍ରିନାଥ ମଳିକ,ଛବିଲତା  ପୃଷ୍ଟି ,ସନ୍ତୋଷ ପଣ୍ଡା,ସୁଶାନ୍ତ ତିଆଡ଼ି,ଅପର୍ଣ୍ଣା ଗୌଡ଼,ଜ୍ୟୋତି ପତି ,ଅଜୟ ପ୍ରଧାନ,ଅଶ୍ୱିନୀ ପାଣିଗ୍ରାହୀ,ତପନ ପଟ୍ଟନାୟକ,ଈଶ୍ୱର ମହାରଣା,ବଳରାମ ମହାପାତ୍ର  ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here