ଆରବିଏସକେ ଆୟୁଷ ଡାକ୍ତରଙ୍କ କଳାବ୍ୟାଜ ପରିଧାନ 

0
405

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ସମ୍ପ୍ରତି କରୋନା କାଳରେ ଜୀବନକୁ ବାଜିଲଗେଇ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବା ଯୋଦ୍ଧା ମାନଙ୍କ ମଧ୍ୟରୁ ଅରବିଏସକେ ଆୟୁଷ ଡାକ୍ତରଙ୍କ ଭୂମିକା ପ୍ରଶଂସନୀୟ l ଏମାନେ ନିଜନିଜ କାର୍ଯ୍ୟରେ ଅହରହ ଲାଗିରହିଥିଲେ ମଧ୍ୟ  ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ଥିବା ମନେକରି ଗତକାଲି ଅର୍ଥାତ ଅଗଷ୍ଟ ପାଞ୍ଚ ତାରିଖ ଠାରୁ ଅରବିଏସକେ ଆୟୁଷ ଡାକ୍ତର ଓଡିଶା ଆସୋସିଏସନ ଡାକରାରେ ଆଠଦଫା ଦାବୀ କରି କଳାବ୍ୟାଜ ପରିଧାନ ପୂର୍ବକ କାର୍ଯ୍ୟ ଜାରିରଖିଛନ୍ତି l ଦାବିଗୁଡିକ ମଧ୍ୟରୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ,ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ସମସ୍ତ ସୁବିଧା ପ୍ରଦାନ, ଆୟୁଷ ବିଭାଗ ଅନ୍ତର୍ଗତ ଔଷଧ ଲେଖିବାର ଅନୁମତି ,ଅଙ୍ଗନବାଡି ଓ ବିଦ୍ୟାଳୟରେ ଶିକ୍ଷାର୍ଥୀଙ୍କୁ ହୋମିଓପ୍ୟାଥିକ/ଆୟୁର୍ବେଦିକ ଔଷଧ ପ୍ରଦାନ ,ଜିଲ୍ଲା ଏବଂ ରାଜ୍ୟ  ସ୍ତରୀୟ ତାଲିମ ଓ ଚାକିରୀର ସ୍ଥାଇକରଣ ସହ ମାସିକ ପାରିଶ୍ରମିକ ୫୦୦୦୦ ଟଙ୍କାକୁ ବୃଦ୍ଧି ଅନ୍ୟତମ l ଆୟୁଷ ଡାକ୍ତର ସଂଘ,ଓଡିଶା ପକ୍ଷରୁ କ୍ଷୋଭ ର ସହ ପ୍ରକାଶ କରାଯାଇଛି ଯେ ତୃଣମୂଳ ସ୍ତର ରେ କରୋନା ମୁକାବିଲା ପାଇଁ ନିଯୁକ୍ତ ଆୟୁଷ ଡାକ୍ତର ମାନେ ଚରମ ଅବହେଳା ର ଶିକାର ହୋଇଛନ୍ତି। ବାରମ୍ବାର ବିଭାଗୀୟ ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଙ୍କ ଦୃଷ୍ଟି ଆକର୍ଷଣ ପରେ ବି ଫଳ ଶୁନ।ଦିନରାତି କାମ କଲା ପରେ ବି ସେମାନଙ୍କୁ କୌଣସି ସୁବିଧା ସୁଯୋଗ କିମ୍ଵା କାମର ଶ୍ରେୟ ମିଳୁନାହିଁ।ପୋଲିସ,ସାମ୍ବାଦିକ, ଅଶକର୍ମୀ,ଅଙ୍ଗନବାଡି କର୍ମୀ ଓ ଶିକ୍ଷକ ମାନଙ୍କୁ କରୋନା ଯୋଦ୍ଧା ର ମାନ୍ୟତା ମିଳିଛି ହେଲେ ରୋଗୀ ଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ସେମାନ ଙ୍କ ଚିକିତ୍ସା କରୁଥିବା ଆୟୁଷ ଡାକ୍ତର ମାନେ ଏଥିରୁ ବଂଚିତ ଅଛନ୍ତି। ଆୟୁଷ ଡାକ୍ତର ମାନେ ସରକାର ଙ୍କ ସବୁ ନିୟମ ମାନି କାମ କରିବା ସତ୍ତ୍ୱେ କିଛି ଡାକ୍ତର କରୋନା ରେ ଆକ୍ରାନ୍ତ ହୋଇଛନ୍ତି।କରୋନା ମୁକାବିଲା ରେ ସବୁଠୁ ଅଧିକ କାମ କରୁଥିବା ଏହି ଡାକ୍ତର ମାନଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ ଏକ ବୃହତ ଚିନ୍ତା ର ବିଷୟ।

ନିଜ ପ୍ରତି ହୋଇଥିବା ଏ ସବୁ ଅବହେଳା ର ପ୍ରତିବାଦ ସ୍ବରୂପ ଆର ବି ଏସ କେ ଡାକ୍ତର ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ ସହ କଲବ୍ୟାଚ ପରିଧାନ ପୂର୍ବକ ନିଜ ଦାୟତ୍ୱ ସମ୍ପାଦନ ପାଇଁ ନିଷ୍ପତ୍ତି ନିଆ ଯାଇଛି।

LEAVE A REPLY

Please enter your comment!
Please enter your name here