ଅନନ୍ତ ଦୀପ୍ତି ଆଶା ଟ୍ରଷ୍ଟ ଦ୍ୱାରା ଖାଦ୍ୟ ଏବଂ ସ୍ୱଚ୍ଛତା ସାମଗ୍ରୀ ବଣ୍ଟନ

0
256

ରାଇକିଆ: ଅନନ୍ତ ଦୀପ୍ତି ଆଶା ଟ୍ରଷ୍ଟ ର ଟ୍ରଷ୍ଟି ସଦସ୍ୟ ବିନୋଇ କିର୍ତ୍ତୀ, ସଭାପତି ସୁରେଖା ଦିଗାଳଙ୍କ ନେତୃତ୍ଵରେ ବୋର୍ଡ ସଦସ୍ୟମାନେ ଚାଉଳ, ମଇଦା, ସୋୟାବିନ୍ ବଢି, ଚାଉଳ, ଡାଲି, ଚା ପାଉଡର, ସାନିଟାଇଜର ନିତ୍ୟ ବ୍ୟବହାର୍ଯ୍ୟ ରିଲିଫ୍ କିଟ୍ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ଗଂମାଣ୍ଡି ଏବଂ ଦାରିଙ୍ଗିବାଡି ବ୍ଲକର ସିହୁରିପାଙ୍ଗା ଗ୍ରାମରେ ବିତରଣ କରିଥିଲେ। ଟ୍ରଷ୍ଟ ୨୦୨୧ ମସିହା ଶେଷ ସୁଦ୍ଧା ପ୍ରାୟ ୫୦୦୦ ପରିବାରକୁ ପୋଷ୍ଟ-କୋଭିଡ୍ ରିଲିଫ ସହାୟତା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ସିହୁରିପାଙ୍ଗା ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମରେ ସରପଞ୍ଚ ସୁପର୍ନା ପ୍ରଧାନ, ପୂର୍ବତନ ଚେୟାରମ୍ୟାନ୍ ସୁଶାନ୍ତ କୁମାର ପ୍ରଧାନ, ନାଏବ ସରପଞ୍ଚ ଜିପୁନ୍ କୁମାର ପ୍ରଧାନ ଗମାଣ୍ଡି ଠାରେ ରାଇକିଆ ସରପଞ୍ଚ ପଞ୍ଚୁ ପ୍ରଧାନ ଯୋଗଦେଇ ଖାଦ୍ୟ ଏବଂ ସ୍ୱଚ୍ଛତା କିଟ ବଣ୍ଟନ କରିଥିଲେ।

ରିପୋର୍ଟ:ଆଦିତ୍ୟ ପାଢ଼ୀ

LEAVE A REPLY

Please enter your comment!
Please enter your name here