ଏଣିକି କାଉଣ୍ଟରରେ ମିଳିବ ମଦ

0
380

ଭୁବନେଶ୍ୱର : ଏଣିକି ଠିପି ବନ୍ଦ ମଦ ଦୋକାନ ଖୋଲିବ । ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗ୍ରାହକ ସିଧା ସଳଖ ଦୋକାନରୁ ପାଇବେ ମଦ । ଅବକାରୀ ବିଭାଗ ନେଲା ନିଷ୍ପତ୍ତି । ଅନଲାଇନ ମଦ ବିକ୍ରି ବି ଜାରି ରହିବ ।ଏହାସହ କାଉଣ୍ଟରରେ ଭିଡ଼କୁ ଏଡ଼ାଇବା ପାଇଁ ଇ-ଟୋକନ ବ୍ୟବସ୍ଥା କରାଯିବ।ଭିଡ଼ ଏଡାଇବାକୁ ଦୋକାନରେ ବ୍ୟାରିକେଡ ବ୍ୟବସ୍ଥା କରାଯିବ।ସାମାଜିକ ଦୂରତା କିଭଳି ରହି ପାରିବ ସେନେଇ ଦୋକାନୀ ନଜର ରଖିବେ। ଗ୍ରାହକ ଓ ଦୋକାନୀ ଉଭୟ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବେ।
ଦୋକାନରେ ଅଧିକ କର୍ମଚାରୀ ମଧ୍ୟ ନିୟୋଜିତ କରି ପାରିବେ।

LEAVE A REPLY

Please enter your comment!
Please enter your name here