ପୁଣି ପୋଲସରା ବିଜେଡି ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ;ସବୁ କଳ୍ପନା ଓ ଅପପ୍ରଚାରର ଘଟିଲା ଅନ୍ତ

0
174

ପୋଲସରା/ବୁଗୁଡା : ସବୁ କଳ୍ପନା ଓ ଅପପ୍ରଚାରର ଅନ୍ତ ଘଟାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ପୁଣି ତୃତୀୟ ଥରପାଇଁ ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ଶ୍ରୀକାନ୍ତ ସାହୁଙ୍କୁ ମନୋନୀତ କରିଛନ୍ତି। ଶ୍ରୀକାନ୍ତ ସାହୁଙ୍କ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରି ଆଶୀର୍ବାଦ ପ୍ରଦାନ କରିଥିବା ଯୋଗୁଁ ପୋଲସରା ନିର୍ବାଚନ ମଣ୍ଡଳୀ ନେତା ଓ କର୍ମୀଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେଇଛି। ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ଖୁସି ବନାଇଥିବା ଦେଖିବାକୁ ମିଳିଛି। ପୋଲସରା ନିର୍ବାଚନ ମଣ୍ଡଳୀ ପାଇଁ ପୁନର୍ବାର ପ୍ରାର୍ଥୀ ପାଇଁ ସୁଯୋଗ ମିଳିବା ପରେ ଶ୍ରୀ ସାହୁ ବୁଗୁଡା ବକଦେବ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ପୂଜାର୍ଚ୍ଚନା କରିଥିଲେ। ପୋଲସରା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଉଭୟ ବ୍ଳକର ବିଜେଡି ସଭାପତି ମଦନ ଗୋପାଳ ଦୋରା ଓ ସୁରେନ୍ଦ୍ର ନାଥ ପ୍ରଧାନ, ସୁଧାଂଶୁ ଶେଖର ପାଢ଼ୀ, କେ.ତ୍ରିଲୋଚନ ଦୋରା, କବିରାଜ ଗୌଡ଼, ପ୍ରମୁଖ ଶ୍ରୀକାନ୍ତ ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here