ମକରାପଲ୍ଲୀ ବିଦ୍ୟାଳୟରେ ପୋଷାକ ବଣ୍ଟନ ଓ ଲୋଗୋ ଉନ୍ମୋଚନ

0
305

ବୁଗୁଡା: ବୁଗୁଡା ବ୍ଲକ ଅନ୍ତର୍ଗତ ମକରାପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡିସେମ୍ବର ୨୦ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଏବଂ ଓପେପା ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ଏହି ପୋଷାକ ଓ ଜୋତା ବଣ୍ଟନ ମେଳାରେ ମୁଖ୍ୟ ଅତିଥିଭାବେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତାଭାବେ ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା ଏବଂ ସମ୍ମାନିତ ଅତିଥି ଭାବେ ମଙ୍ଗରାଜପୁର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଏସଏମସି ସଭାନେତ୍ରୀ ବସନ୍ତ ମଞ୍ଜରୀ ଗୌଡ଼ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରାକାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ୯୦ ଜଣ ଛାତ୍ରଛାତ୍ରୀ ଙ୍କୁ ଅତିଥି ବୃନ୍ଦ ପୋଷାକ ଓ ଜୋତା ବଣ୍ଟନ କରିବା ସହ ଗୁରୁଜନଙ୍କୁ ଭକ୍ତି କରିବା ଓ ଭଲଭାବେ ପାଠପଢି ଉତ୍ତମ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ଶିକ୍ଷକ ଜୟନ୍ତ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ସନ୍ତୋଷ ପାତ୍ର ଏବଂ ଶିକ୍ଷୟିତ୍ରୀ ସୌମ୍ୟଶ୍ରୀ ସାହୁ ଓ ରିତା ନାୟକ ମେଳା ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଗଣଶିକ୍ଷା ବିଭାଗ ବିଭାଗ ନିର୍ଦ୍ଦେଶ କ୍ରମେ ଅଙ୍କିତ ହୋଇଥିବା ଓପେପା ଲୋଗୋ ଉନ୍ମୋଚନ ହୋଇଥିଲା।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here