ଫସଲ ନଷ୍ଟ କୁ ନେଇ ଉଦବେଗ ପ୍ରକାଶ କଲା ରାଷ୍ଟ୍ରବାଦୀ କୃଷକ ମହାସଂଘ

0
311

ଡାବୁଗାଁ (ନ୍ୟୁଜ ଏକ୍ସଟ୍ରା)ରାଷ୍ଟ୍ରବାଦୀ କୃଷକ ମହାସଂଘ ବ୍ଲକ ସଭାପତି ରତନ କଲାର ଏବଂ ସାଧାରଣ ସଂପାଦକ ବିଚିତ୍ର ହରିଜନ ଧାନ ତଳି ଫସଲ ନଷ୍ଟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଡାବୁଗାଁ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ର ସରପଞ୍ଚ ଏବଂ ଅଧିକାରୀ ମାନେ ଯଥା ଶୀଘ୍ର ଧାନ ଫସଲ ନଷ୍ଟ କରୁଥିବା ବୁଲା ଗୋରୁଗାଈ ଜବତ ପାଇଁ କାଞ୍ଜିଆ ହୁଦା (ବନ୍ଦଲଦୁଡି) ବ୍ୟବସ୍ଥା କରନ୍ତୁ ଓ ପଶୁ ସମ୍ପଦ କୁ ତଦାରଖ ନ କରି ଛାଡ଼ି ଦେଉଥିବା ମାଲିକ ମାନଙ୍କ ଠାରୁ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ଅନୁସାରେ ଜରିମାନା ଆଦାୟ ବ୍ୟବସ୍ଥା କରନ୍ତୁ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।

ରିପୋର୍ଟ୍ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here