ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଫୋଟୋ ସାମ୍ବାଦିକତା ଉପରେ କର୍ମଶାଳା ଆୟୋଜିତ

0
233

ଵ୍ରହ୍ମପୁର: ଶୁକ୍ରବାର ଦିନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ତରଫ ରୁ ଫୋଟୋ ସାମ୍ବାଦିକତା ଉପରେ ଏକ ଦିନିଆ କର୍ମଶାଳା ଆୟୋଜିତ ହୋଇଯାଇଛି। ନିକୋନ ଇଣ୍ଡିଆ ସହ ଜଡ଼ିତ ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୋବିନ୍ଦ ଚକ୍ରପାଣି ଏବଂ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଯୋଗ ଦେଇଥିଲେ। ବିଭାଗ ର ମୁଖ୍ୟ ଡକ୍ଟର ବନ୍ଦିତା ପଣ୍ଡା ଅତିଥି ମାନଙ୍କ ସହ ନିକୋନ୍ ଇଣ୍ଡିଆ ର ୱର୍କ ସପ୍ ଟିମ୍ ଙ୍କ ପରିଚୟ ପ୍ରଦାନ କରିଥିଲେ। ଫୋଟୋ ସାମ୍ବାଦିକତା ର ଅର୍ଥ ଏବଂ ଫୋଟୋଗ୍ରାଫି ର ବିଭିନ୍ନ କୌଶଳ ଉପରେ ଏଥିରେ ଚର୍ଚ୍ଚା ହୋଇଥିଲା। ଏହି ଟିମ୍ ର ଟେକ୍ନିକାଲ ଅଫିସର୍ ଶ୍ରୀ ପଲ୍ଲବ ପଲ୍ ସବିଶେଷ ଆଲୋଚନା କରିଥିବା ବେଳେ ଏହି ଟିମ୍ ରେ ନିକନ୍ ଇଣ୍ଡିଆ ର ଡେପୁଟି ମ୍ୟାନେଜର ଶ୍ରୀ ଦେବେସ୍ ମାଝୀ, ନିକାନ୍ ର ଦିଷ୍ଟ୍ରିବୁସନ୍ ବିଭାଗର ଶ୍ରୀ ଦେବାଂଶୁ ପଟନାୟକ ଏବଂ ଟ୍ରେନର ଶ୍ରୀ ସନ୍ତୋଷ ବେଜ୍ ସାମିଲ ଥିଲେ। ଏହି କର୍ମଶାଳା ରେ ୭୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ବିଭାଗ ର ଛାତ୍ରୀ ସୁଭାଷିନୀ ଏବଂ ଆବିର୍ଭୁତା ମଞ୍ଚ ପରିଚାଳନା କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡକ୍ଟର ବନ୍ଦିତା ପଣ୍ଡା ଧନ୍ୟବାଦ୍ ଭାଷଣ ଦେଇଥିଲେ। ବିଭାଗ ର ଅନ୍ୟ ଶ୍ରୀଯୁକ୍ତ ଅଗ୍ନି ବେହେରା, ଶ୍ରୀଯୁକ୍ତ ରାଜକିଶୋର ପାତ୍ର, ଶ୍ରୀ ଶାେୟମ୍ ବେଦାନ୍ତ,ସୁଶ୍ରୀ କମଲିକା ପ୍ରମୁଖ ଉପସ୍ଥିତ ଥିଲେ। ଏହି କର୍ମଶାଳା ଅତି ଉଚ୍ଚକୋଟୀର ତଥା ଦକ୍ଷତା ପୂର୍ଣ୍ଣ ଥିଲା। ଏହି କର୍ମଶାଳା ଛାତ୍ରଛାତ୍ରୀ ଙ୍କ କୌଶଳ ବୃଦ୍ଧି କରିବା ସହିତ ସାମ୍ବାଦିକତା କ୍ଷେତ୍ର ରେ ସହାୟକ ହେବ। କର୍ମଶାଳା ରେ ଉପସ୍ଥିତ ଛାତ୍ରୀ ଶିବାନୀ Nikon ତଥା ସାମ୍ବାଦିକତା ଗଣଯୋଗାଯୋଗ ବିଭାଗ କୁ ଧନ୍ୟବାଦ୍ ଦେବା ସହ ବହୁତ କିଛି ଗୁରୁତ୍ପୂର୍ଣ୍ଣ ତଥ୍ୟ ଏହି କର୍ମଶାଳା ରୁ ଜାଣିବାକୁ ପାଇଲେ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here